ଖେଳ
ଆଜି କ୍ରିକେଟ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ


ସତ୍ୟଶିଖା (ଭୁବନେଶ୍ୱର ) ୨୨.୧୦.୨୦୨୩ : ଆଜି ସୁପର ସଣ୍ଡେରେ ସୁପର ମୁକାବିଲା । କ୍ରିକେଟ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଧର୍ମଶାଳାରେ ଖେଳାଯିବ ମ୍ୟାଚ୍ । ଉଭୟ ଟିମ୍ ବିଶ୍ୱକପରେ ୪ଟି ଲେଖାଁଏ ମ୍ୟାଚ୍ ଖେଳିଥିବା ବେଳେ ଅପରାଜିତ ରହିଛନ୍ତି । ତେଣୁ ଆଜିର ମ୍ୟାଚ୍ ରେ ଦେଖିବାକୁ ମିଳିବ କଡ଼ା ମୁକାବିଲା ।
ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍ କୁ ଲାଗିଛି ବଡ଼ ଝଟକା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ନେଟ୍ସରେ ଅଭ୍ୟାସ ବେଳେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି । ସେହିପରି ଈଶାନ କିଶନ ମହୁମାଛି କାମୁଡ଼ା ଯୋଗୁଁ ଆହତ ହୋଇଛନ୍ତି ।