ଖାଁ ଖାଁ ପର୍ଯ୍ୟଟନ କ୍ଷେତ୍ର ପୁରୀ


ସତ୍ୟଶିଖା (ଭୁବନେଶ୍ୱର ) ୨୦.୧୦.୨୦୨୩ : ଆଜିଠାରୁ ଘରୋଇ ବସ୍ ମାଲିକ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି । ଯାହାର ସିଧାସଳଖ ପ୍ରଭାବ ରାଜ୍ୟର ତମାମ୍ ଯାତ୍ରୀ ମାନଙ୍କ ଉପରେ ପଡିବା ସହ ପର୍ଯ୍ୟଟନକ୍ଷେତ୍ର ପୁରୀରେ ମଧ୍ୟ ପଡିଛି ।
ଆଜି ସକାଳୁ ପୁରୀ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଥିବାବେଳେ ଯାତ୍ରୀ ମାନଙ୍କର ସଂଖ୍ୟା ମଧ୍ୟ ବହୁତ କମ୍ ପରିଲକ୍ଷିତ ହୋଇଛି । ଗତକାଲି ଠାରୁ ଗଣମାଧ୍ୟମରେ ବସ୍ ଚଳାଚଳ ବନ୍ଦ ଖବର ଜାଣିବା ପରେ ହାତଗଣତି କିଛିଟା ଯାତ୍ରୀ ବସଷ୍ଟାଣ୍ଡକୁ ଆସି ଗନ୍ତବ୍ୟସ୍ତଳକୁ ଯିବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରି ନିରାଶ ହୋଇଛନ୍ତି ।
ଶେଷରେ ଯାତ୍ରୀମାନେ ସରକାରୀ ବସ୍ ରେ ଯିବାର ଦେଖିବାକୁ ମିଳିଛି । ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ବିବାଦ ମଧ୍ୟରେ ସାଧାରଣ ଯାତ୍ରୀ ନାହିଁ ନଥିବା କଲ ବଲ ହୋଇଥିବାବେଳେ ଅନେକ ଛାତ୍ରମାନେ ମଧ୍ୟ ପରୀକ୍ଷା ଦେବାରୁ ବଞ୍ଚିତ ରହିଛନ୍ତି । ବହିରାଗତ ଯାତ୍ରୀ ପୁରୀ ଆସି ଫେରିବାକୁ ବସଷ୍ଟାଣ୍ଡରେ ଅପେକ୍ଷା କରି ନିରାଶ ହେବାସହ ତୁରନ୍ତ ସରକାର ଏହାର ନିଷ୍କର୍ସ ବାହାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।