ରାଜ୍ୟ

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କାମ କଲେ ମିଳିବ ମଜୁରି

ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍‌ର ବ୍ୟବସ୍ଥା କରିଛନ୍ତି। ଏହି ସମୟରେ କାମ କଲେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

କ୍ୱାରେଣ୍ଟାଇନ୍‌ରେ ରହୁଥିବା ଲୋକ ଚାହିଁଲେ କାମ କରିପାରିବେ। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବଗିଚା କାମ ଓ ରଙ୍ଗ ଲଗାଇବା କାମ କରିପାରିବେ ଅନ୍ତେବାସୀ। କ୍ୱାରେଣ୍ଟାଇନ ଅବଧିରେ ପ୍ରତି ଲୋକଙ୍କୁ ୧୦ ଦିନ କାମ ଯୋଗାଇ ଦିଆଯିବ। ୧୦ ଦିନ କାମ କରିବାକୁ ଅନୁମତି ମିଳିବ। ସେଥିପାଇଁ ଦୈନିକ ୧୫୦ ଟଙ୍କା ପାରିଶ୍ରମିକ ମିଳିବ। ଏହି ଅର୍ଥ ସେମାନଙ୍କ ପକେଟ୍ ଖର୍ଚ୍ଚ ଭଳି ହେବ। କ୍ୱାରେଣ୍ଟାଇନ ଅବଧି ଶେଷପରେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୨ହଜାର ଟଙ୍କା ସହ ଏହା ଅତିରିକ୍ତ ଭାବେ ଯୋଗାଇ ଦିଆଯିବ।

ସୂଚନାରୁ ପ୍ରକାଶ, ମହାମାରୀ ‘କରୋନା’ରେ ଆଜି ସୁଦ୍ଧା ୨୪୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୨ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏବେ ୧୮୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ଗ୍ରୀନ୍‌ ଜୋନ୍‌ରେ ଥିବା ଗଞ୍ଜାମ ଏବେ ରେଡ୍‌ ଜୋନ୍‌କୁ ଆସିଛି। ୪୭ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି।

[ad_2]
Show More
Back to top button