ନ୍ୟୁଜ୍

ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ସହ ସରକାର କରିବେ ଆଲୋଚନା।

ସତ୍ୟଶିଖା (ଭୁବନେଶ୍ୱର ) ୦୯.୦୩.୨୦୨୩ : ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ସହ ସରକାର କରିବେ ଆଲୋଚନା। ଆଜି ଲୋକ ସେବା ଭବନ ରେ ବ୍ରାହ୍ମଣ, ପୂଜାପଣ୍ଡା ଓ ବଡୁ ନିଯୋଗ ର ସଭାପତି ଓ ସମ୍ପାଦକଙ୍କ ସହ ଦିନ ୩.୧୫ରେ ବସିବ ବୈଠକ। ଶିବରାତ୍ରିରେ ସେବାୟତଙ୍କ ଅସହଯୋଗ ଲାଗି ମହାଦୀପ ବହୁ ବିଳମ୍ବରେ ଉଠିବା, ବାରମ୍ବାର ନୀତି ବିଭ୍ରାଟ ଘଟିବା ଓ ପରମ୍ପରା ଭାଙ୍ଗିବା ପରେ ସେବାୟତ ମାନେ ସରକାରଙ୍କ ସହ ଆଲୋଚନା ପାଇଁ ଦାବି କରିଆସୁଥିଲେ।

ଶ୍ରୀ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ 4ଟି ସମସ୍ୟା ନେଇ ଯୁଗ୍ମ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବସିବ।  ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ। ଦେବୋତ୍ତର କମିଶନର, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିବେ।

Show More
Back to top button