ଶିକ୍ଷା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ

ସତ୍ୟଶିଖା (ଭୁବନେଶ୍ୱର ) ୦୧.୦୩.୨୦୨୩ : ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀକ୍ଷାର୍ଥୀମାନେ ଭୟ ନକରି ଆତ୍ମବିଶ୍ବାସର ସହ ପରୀକ୍ଷା ଦେବାକୁ ସେ ପରାମର୍ଶ ଦେଇଛନ୍ତି ।  ଏହାସହ ସମସ୍ତଙ୍କ ସଫଳତା କାମନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

1145 ସେଣ୍ଟରରେ ପରୀକ୍ଷା ଦେବେ 3ଲକ୍ଷ 57 ହଜାର ପରୀକ୍ଷାର୍ଥୀ । ସକାଳ 9ଟା 30 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ । ଆଜିଠୁ ଆରମ୍ଭ ହେବ ସିଏଚଏସଇ ଦ୍ୱାରା ପରିଚାଳିତ +2ପରୀକ୍ଷା । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କ ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହେବ।

 

Show More
Back to top button