ରାଶିଫଳ

ସୋମବାର ରାଶିଫଳ : ଆଜିର ଦିନଟି କେମିତି କଟିବ ଆସାନ୍ତୁ ଜାଣିବା

ସତ୍ୟଶିଖା (ଭୁବନେଶ୍ୱର ) ୨୭.୦୨.୨୦୨୩ : 

ମେଷ: ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ।  କ୍ରୀଡ଼ା, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀ ହେବେ।ଭ୍ରମଣ, ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ।

ବୃଷ: ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଥିବା ଲୋକେ ସମ୍ମାନିତ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବନ୍ଧୁଙ୍କ ଚେଷ୍ଟାରେ ଅତି ସହଜରେ ବାକି ପଡ଼ିଥିବା ଅର୍ଥ ଫେରି ପାଇବେ।

ମିଥୁନ: କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ଯେକୌଣସି ପରିସ୍ଥିତିରେ ନିଜକୁ ଖାପଖୁଆଇ କାର୍ଯ୍ୟରେ ସଫଳତା ପାଇବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରନ୍ତୁ।

 

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ। ବ୍ୟବସାୟରେ ଶତ୍ରୁମାନେ ପରାଜିତ ହେବେ।  ବାକି ପଡ଼ିଥିବା ଅର୍ଥ ଫେରିପାଇବା ଫଳରେ ମନ ଭଲ ରହିବ।

ସିଂହ: ନୂତନ ଯୋଜନାରେ ସଫଳତା ମିଳିବ। ଆର୍ଥିକ ଉନ୍ନତି ହେବ। ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ପାଇ ଚାହୁଁଥିବା କାର୍ଯ୍ୟ ସଂପନ୍ନ କରିପାରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଯଶ ବଢ଼ିବ।

ତୁଳା: କୌଣସି ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିବେ। ପରୀକ୍ଷା ଓ ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ।

ବିଛା: ନୂଆ ଦାୟିତ୍ୱ ମିଳିବ। ପରିବାର ସଦସ୍ୟଙ୍କ ସହିତ ଭଲ ସଂପର୍କ ରହିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ଧନୁ: ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ପାଇବେ। ଲୋକ ସମ୍ପର୍କ ବଢ଼ିବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ସହ ମାନସମ୍ମାନ ବୃଦ୍ଧି ହେବ।

ମକର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଉତ୍ତମ ରୋଜଗାର ହେବ। ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିବେ। ପାରିବାରିକ ଜୀବନ ଭଲ ରହିବ।

କୁମ୍ଭ: ସହକର୍ମୀମାନଙ୍କ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସବୁ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ମୀନ: କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ଶୁଭଦୃଷ୍ଟି ପଡ଼ିବ। ଭାଇଭଉଣୀଙ୍କ ସହିତ ଥିବା ବିବାଦ ଦୂର ହୋଇଯିବ। ଆକସ୍ମିକ ଧନ ପ୍ରାପ୍ତି ହେବ।

Show More
Back to top button