

ଆବଶ୍ୟକ ସାମଗ୍ରୀ: ରସୁଣ ବଟା, ପିଆଜ ବଟା, ଦହି, ରିଫାଇନ ତେଲ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗୋଟା ଗୋଲମରିଚ, କଟା ପିଆଜ, କଟା କଞ୍ଚାଲଙ୍କା ,କଟା ଅଦା, ଗୋଲମରିଚ ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା, ରସୁଣ, ପିଆଜ ବଟା ସହିତ ଦହି, ରିଫାଇନ ତେଲ ଏବଂ ଜିରାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଗୋଟା ଗୋଲମରିଚ ପକାଇ ଭଲ ଭାବରେ ଗୋଳାଇ କିଛି ସମୟ ଫ୍ରିଜ୍ରେ ରଖି ଦିଅନ୍ତୁ।