ଜୀବନମନ୍ତ୍ରରୂପସଜ୍ଜା

ଲିପ୍‌ଷ୍ଟିକ ଲଗାଉଥିଲେ, ଦିଅନ୍ତୁ ଧ୍ୟାନ

ସତ୍ୟଶିଖା(ଭୁବନେଶ୍ୱର )୨୫.୧୧.୨୦୨୨:  ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ନାରୀର ସୁନ୍ଦରତା ବଢ଼ାଇବାରେ ମୁଖ୍ୟ ଉତ୍ସ ସାଜିଥାଏ ଓଠ । ଓଠ ଯେତିକି ମୁଲାୟମ ଓ ସୁନ୍ଦର ଦେଖାଯିବ ଲୁକ ସେତିକି ଆକର୍ଷଣୀୟ ଲାଗିବ । କିଛି ମହିଳା ସବୁବେଳେ ଲିପଷ୍ଟିକ ଲଗାନ୍ତି । ଆଉ କିଛି ମହିଳା ବାହାରକୁ ଗଲାବେଳେ ସଜବାଜ ହେଲାବେଳେ ଲିପଷ୍ଟିକ ଲଗାନ୍ତି । ଯଦି ଆପଣ ଲିପଷ୍ଟିକ ଲଗାଇବାକୁ ପସନ୍ଦ କରନ୍ତି ତେବେ କିଛି ଜିନିଷ ଜାଣି ରଖିବା ନିତ୍ୟାନ୍ତ ଆବଶ୍ୟକ ।

ଶୀତଦିନରେ ସାଧାରଣତଃ ଓଠର ଶୁଷ୍କତା ଅଧିକ ବଢ଼ିଯାଇଥାଏ । ଏହି ସମୟରେ ଆପଣଙ୍କୁ ଓଠ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ତେଣୁ ଓଠକୁ କୋମଳ ରଖିବା ଆବଶ୍ୟକ ହୋଇଥାଏ ।

– ଶୀତଦିନରେ ଲିକ୍ୱିଡ ଲିପଷ୍ଟିକ ଲଗାନ୍ତୁ ନାହିଁ  । ଓଠ ଅଧିର ଶୁଷ୍କ ହୋଇ ଫାଠିବ  । ଯଦି ବା ଏହି  ଲିପଷ୍ଟିକ  ଲଗାଇବେ, ପ୍ରଥମେ ଓଠରେ ଲିପ ବାମ ଲଗାନ୍ତୁ  ।

– ଏହି ଦିନରେ ଓଠ ପାଇଁ କ୍ରିମ ଲିପଷ୍ଟିକ ଭଲ, ତେଣୁ ଆପଣ ବଜାରରେ ମିଳୁଥିବା କ୍ରିମ ଲିପଷ୍ଟିକ କିଣି ଲଗାଇ ପାରିବେ । ଏଥିରେ ଥିବା କ୍ରିମ ତତ୍ତ୍ୱ  ଓଠ ପାଇଁ  ମଏଣ୍ଟରାଇଜର ଭଳି କାମ କରେ  ।

– ଆଉ ଏକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଘରେ ଥିବା ସମୟରେ ଆପଣ ଲିପଷ୍ଟିକ ନଲଗାଇ ଓଠରେ ଲିପବାମ ଲଗାନ୍ତୁ । ମ୍ୟାଟ ଲିପଷ୍ଟିକ ଠାରୁ ମଧ୍ୟ ଏଇ ଋତୁରେ ଯେତେ ସମ୍ଭବ ଦୂରେଇ ରୁହନ୍ତୁ  ।

Show More
Back to top button