

ସତ୍ୟଶିଖା(ଭୁବନେଶ୍ୱର )୨୪.୧୧.୨୦୨୨: କ୍ୟାପିଟାଲ ହସ୍ପିଟାଲ ଓପିଡି ସେବାରେ ସମୟ ପରିବର୍ତ୍ତନ କରାଯାଇଛି । ଏଣିକି ହସ୍ପିଟାଲରେ ଦୈନିକ ରୋଗୀ ପାଇବେ ନିରନ୍ତନ ଓପିଡି ସେବା । ଡିସେମ୍ବର ୧ ତାରିଖରୁ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମିଳିବ ଓପିଡି ସେବା । ହସ୍ପିଟାଲରେ ପିଜିଆଇ ନିର୍ଦ୍ଦେଶିକା ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନ୍ଏମ୍ସି ଗାଇଡ୍ଲାଇନ୍ ଅନୁସାରେ କ୍ୟାପିଟାଲ ହସ୍ପିଟାଲର ଓପିଡି ସମୟ ପରିବର୍ତ୍ତନ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଥିଲା । ଏହାପରେ କ୍ୟାପିଟାଲ ହସ୍ପିଟାଲରେ ବୈଠକ ବସିଥିଲା । ସକାଳ ୯ଟାରୁ ଓ ଆରମ୍ଭ ହୋଇ ଦିନ ୧ଟାରୁ ୨ଟା ମଧ୍ୟାହ୍ନ ଭୋଜନ ବିରତି ହେବ । ଏହାପରେ ପୁଣି ୨ଟାରୁ ୫ଟା ପର୍ଯ୍ୟନ୍ତ ଓପିଡି ଚାଲିବ । ଓପିଡି ସମୟର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୮ଟା ୩୦ରୁ ଦିନ ୧୨ଟା ୩୦ ଓ ଦିନ ୧ଟା ୩୦ ରୁ ୪ଟା ୩୦ ପର୍ଯ୍ୟନ୍ତ ପଞ୍ଜୀକରଣ କେନ୍ଦ୍ର ଖୋଲା ରହିବ । ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ଓପିଡି ସମୟରେ ଖୋଲା ରହିବ । ଜରୁରିକାଳୀନ ବିଭାଗ ୨୪ ଘଣ୍ଟା ଖୋଲା ରହିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।