ଅପରାଧନ୍ୟୁଜ୍ରାଜ୍ୟ

ପରକୀୟା ସନ୍ଦେହ: ବାପାକୁ ପିଟିପିଟି ମାରିଦେଲେ ପୁଅଝିଅ ଓ ସ୍ତ୍ରୀ

ସତ୍ୟଶିଖା(ଭଦ୍ରକ )୨୪.୧୧.୨୦୨୨:  ଭୁବନେଶ୍ବର: ବାପାକୁ ପିଟି ପିଟି ମାରିଦେଲେ ପୁଅ, ଝିଅ ଓ ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ପୀରହାଟ ଥାନା ଦୌଲତପୁର ଅଞ୍ଚଳରେ। ମୃତ ବ୍ୟକ୍ତି ହେଲେ ବାବୁଆ ଦାସ।

ସୂଚନା ଅନୁଯାୟୀ ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ସମୟରେ ମତାନ୍ତର ହୋଇ ଝଗଡ଼ା ହୋଇଥାଏ। ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ବାବୁଆଙ୍କ ପାଖରେ ନରହି ତାଙ୍କ ବାପଘରେ ରହୁଥିଲେ। ଗତକାଲି ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିବା ବେଳେ ହଠାତ ବାବୁଆଙ୍କ ସ୍ତ୍ରୀ, ୩ ପୁଅ ଓ ଝିଅ ମିଶି ବାପା ବାବୁଆକୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇ ପଡ଼ିଥିଲେ।

ବାବୁଆ ଦାସଙ୍କ ସମ୍ପର୍କୀୟ ମଣ୍ଟୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲରେ ଭର୍ତ୍ତି କରିଥିଲେ।  ଏହାପରେ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଘଟଣାକୁ ମୃତକଙ୍କ ମାଆ ପୀରହାଟ ଥାନାରେ ଲିଖିତ ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଗୋଟିଏ ପୁଅକୁ ଅଟକ ରଖି ଅଧିକ ତଦନ୍ତ କରୁଛି। ପରକୀୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ, ପୁଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ।

Show More
Back to top button