ଅପରାଧନ୍ୟୁଜ୍ରାଜ୍ୟ

ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା

ଭୁବନେଶ୍ୱର  ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ମାମଲାରେ ନାଗ ପେଡ଼ି ଖୋଲିବାକୁ ତନାଘନା ଚଳାଇଛି ED । ଆଜି ସକାଳୁ ସକାଳୁ ଶ୍ରଦ୍ଧାଞ୍ଜଳି ଇଡ଼ିରେ ହାଜର ହୋଇଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ପୁଣି ଥରେ ହାଜର ହୋଇଛନ୍ତି ସିନେ ପ୍ରଡ୍ୟୁସର ଅକ୍ଷୟ ପରିଜା।

ଗତକାଲି ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ  ଅକ୍ଷୟ ପରିଜାଙ୍କୁ ଇଡିରେ ଜେରା କରାଯାଇଥିଲା। ଏହାପରେ ରାତିରେ ସେ ପଳାଇଥିବା ବେଳେ ଅଜି ସକାଳେ ପୁଣି ଥରେ ଇଡିରେ ହାଜର ହୋଇଛନ୍ତି।

ଅକ୍ଷୟ ପରିଜା ଖଣ୍ଡଗିରି ଥାନାରେ କରିଥିବା ଅଭିଯୋଗରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଚଳିଙ୍କୁ ନାମ ନେଇଥିଲେ। ଏହାକୁ ନେଇ ପୁଲିସ୍‌ ତନାଘନା ଆରମ୍ଭ କରିଥିବା ବେଳେ ଧୀରେ ଧୀରେ ପଦାକୁ ଆସିଥିଲା ଅର୍ଚ୍ଚନାଙ୍କ କଳା କାରନାମା । ତେବେ ଅର୍ଚ୍ଚନା କାହିଁକି ଅକ୍ଷୟ ପରିଜାଙ୍କୁ ବ୍ଲାକେମେଲ କରୁଥିଲେ, ତାଙ୍କ ପାଖରେ ଏପରି କ’ଣ ପ୍ରମାଣ ଥିଲା, ପୂର୍ବରୁ ଉଭୟ ପରସ୍ପରକୁ ଜାଣିଥିଲେ କି ଏ ନେଇ ଏବେ ତନାଘନା ଆରମ୍ଭ କରିଛି ଇଡି।

ଆଜି ସକାଳେ ଇଡି କାର୍ଯ୍ୟାଳୟମୁହାଁ ହୋଇଥିବା ଅକ୍ଷୟ ପରିଜା ଗଣମାଧ୍ୟମ ଉପରେ ଖୁବ୍‌ ବର୍ଷିବା ସହ ସାମ୍ବାଦିକତାର ପାଠ ପଢ଼ାଇଥିଲେ। ଏନେଇ ସେ କହିଛନ୍ତି, କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଛନ୍ତି। ମୁଁ ପୀଡ଼ିତ, ଏଭଳି ମିଥ୍ୟା ଖବର ପରିବେଷଣ ଠିକ୍ ନୁହେଁ। ଭବିଷ୍ୟତରେ ମୁଁ ସେମାନଙ୍କୁ କୋର୍ଟକୁ ଟାଣିପାରେ ବୋଲି ଧମକ ଦେଇଛନ୍ତି ଅକ୍ଷୟ ପରିଜା।

Show More
Back to top button