ଖେଳ

ଜୁନରୁ ଆରମ୍ଭ ହେବ ଫୁଟବଲ, ତୁର୍କୀ ଆୟୋଜନ କରିବ ଚାମ୍ପିୟନ୍ସ ଲିଗ ଫାଇନାଲ

ଇସ୍ତାନବୁଲ: କରୋନା ମହାମାରୀ ଯୋଗୁ କ୍ରୀଡ଼ା ଇଭେଣ୍ଟ ସଂପୂର୍ଣ୍ଣ ଠପ ହୋଇଯାଇଛି। ତେବେ ଏସବୁ ଭିତରେ ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି। ଆସନ୍ତା ଜୁନ ମାସରୁ ଫୁଟବୁଲ ଇଭେଣ୍ଟ ଆରମ୍ଭ ହେବାର ଆଶା ପ୍ରକାଶ ପାଇଛି।

ସେହିପରି ଯଦି ଜୁନ୍‌ ମାସରେ ଫୁଟବଲ ମ୍ୟାଚ୍‌ ପୁଣି ଆରମ୍ଭ ହେବ, ତା’ହେଲେ ଅଗଷ୍ଟ ମାସରେ ତୁର୍କୀ ଚାମ୍ପିୟନ୍ସ ଲିଗ ଫାଇନାଲ ଆୟୋଜନ କରିବ। ପ୍ରକୃତରେ ମେ’ ମାସରେ ଇସ୍ତାନବୁଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଥିଲା। ହେଲେ କରୋନାକୁ ଦୃଷ୍ଟିରେ ରଖି ୟୁରୋପିଆନ ଫୁଟବଲ ସଂଘ ୟୁଇଏଫଏ ଏହାକୁ ସ୍ଥଗିତ କରିଦେଇଥିଲା।

ଆହୁରି ପଢ଼ନ୍ତୁ

ଏବେ ତୁର୍କୀର ଫୁଟବଲ ମହାସଂଘର ଅଧ୍ୟକ୍ଷ ନିହାତ ଓଜଡେମିର କହିଛନ୍ତି, ଘରୋଇ ଫୁଟବଲ ମ୍ୟାଚ୍‌ ଗୁଡ଼ିକ ଜୁନ ୧୨ରୁ ଆରମ୍ଭ ହେବ। ଏହାକୁ ଆମେ ଜୁଲାଇ ୨୬ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ। ମ୍ୟାଚ୍‌ଗୁଡ଼ିକ ଖେଳାଳିମାନଙ୍କ ନିଜସ୍ୱ ସହର ଓ ନିଜସ୍ୱ ଷ୍ଟାଡିୟମରେ କରାଯିବ।

ଈଶ୍ୱର ଚାହିଁଲେ, ଆମେ ଯୋଜନା ମୁତାବକ ସବୁ କିଛି ଶେଷ କରିପାରିବୁ। ଘରୋଇ ଟୁର୍ଣ୍ଣାମେଣ୍ଟ ପରେ ଆମେ ଚାମ୍ପିୟନ୍ସ ଲିଗ ଫାଇନାଲ ମଧ୍ୟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

[ad_2]
Show More
Back to top button