

ସତ୍ୟଶିଖା(ଭୁବନେଶ୍ୱର )୧୨.୧୧.୨୦୨୨: ଆଜିକାଲି ବିଭିନ୍ନ ଦେଶ ନିଜର ଉନ୍ନତୀ ପାଇଁ ପରିବେଶ ନଷ୍ଟ କରିବା ଲାଗିଛି । ଫଳରେ ଏହା ପୃଥିବୀ ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଉଛି । ଯେଉଁ କାରଣରୁ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେବା ସହ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଅନିୟମିତତା ଦେଖା ଦେଉଛି । ତେବେ ପୃଥିବୀର ଏହି ଜଳବାୟୁ ପରିବର୍ତ୍ତନକୁ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି , ଯାହାକି ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି କରିଛି ।
ମିଡିଆ ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ ଜଳବାୟୁ ପରିବର୍ତ୍ତନ ଉପରେ ଏକ ନୂତନ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ସମସ୍ତ ଦେଶ ମିଳିତ ଭାବେ ଚଳିତ ବର୍ଷ ବାୟୁମଣ୍ଡଳକୁ ୪୦.୬ ବିଲିୟନ ଟନ୍ ଅଙ୍ଗାରକାମ୍ଳ ଛାଡିଛନ୍ତି । ଯହାକି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ହେବାର ସଂକେତ ଦେଇଛି । ତେବେ ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ ମଧ୍ୟରେ ଆସିଥିବା “ଗ୍ଲୋବାଲ୍ କାର୍ବନ୍ ବଜେଟ୍ ୨୦୨୨” ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ ମସିହାରେ ୪୦.୬ ବିଲିୟନ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଛି । ଯହାକି ୨୦୧୯ ମସିହାରେ ହୋଇଥିବା ବାର୍ଷିକ ନିର୍ଗମନର ନିକଟତର ଅଟେ । ତେବେ ସୂଚନା ଅନୁଯାୟୀ ୨୦୧୯ ମସିହାରେ ୪୦.୯ ବିଲିୟନ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥିଲା।