

ସତ୍ୟଶିଖା( ମୁମ୍ବାଇ )୧୨.୧୧.୨୦୨୨: ଅଭିନେତ୍ରୀ ରାଖୀ ସାଓ୍ଵନ୍ତ ସର୍ବଦା କିଛି ନା କିଛି କଥାନୁ ନେଇ ବଲିଉଡରେ ଚର୍ଚ୍ଚାରେ ଥାଆନ୍ତି । ନିଜର ବିବାହ ପାଇଁ ହେଉ ବା କାହାକୁ କମେଟ କରି ହେଉ । ସର୍ବଦା ସେ ସୋସିଆଲ ମିଡିଆ ଖବରରେ ଥାଆନ୍ତି । ଏଥର ମଧ୍ୟ ନିଜର ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବୟଫ୍ରେଣ୍ଡଙ୍କ ସହ ତାଙ୍କର ପଡୁନଥିବା ନେଇ ଏଥର ଚର୍ଚ୍ଚା ଜୋର ଧରିଛି । ଆସନ୍ତୁ ଜାଣିବା କ’ଣ ସତ କ’ଣ ମିଛି ଓ କ’ଣ କହୁଛନ୍ତି ରାଖୀ ସାଓ୍ଵନ୍ତ ।
ରିପୋର୍ଟ ଅନୁଯାୟୀ, ରାଖୀ ଓ ତାଙ୍କ ବୟଫ୍ରେଣ୍ଡଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଦିଲ ରାଖୀଙ୍କ ଉପରେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ ମାଗିଥିଲେ । ରାଖୀ ମନା କରିବାରୁ ଆଦିଲ ତାଙ୍କ ଉପରେ ହାତ ଉଠାଇଥିଲେ ବୋଲି ଜଣାପଡିଛି ।
ହେଲେ ରାଖୀ ଏହି ଖବରକୁ ଅସ୍ୱୀକାର କରିଛନ୍ତି । ଏହି ସବୁ ଖବର ମିଛ ଓ ଏପରି ଖବରରେ ମୁଁ ବହୁତ ଚକିତ ବୋଲି ରାଖୀ କହିଛନ୍ତି । ରାଖୀ କହିଛନ୍ତି, ଆମ ଭିତରେ ସବୁ ଠିକ ଠାକ୍ ଅଛି,ଏ ସବୁ ଉଡା ଖବର । ଆମର ସମ୍ପର୍କକୁ ଖରାପ କରିବାକୁ ଏ ସବୁ ଚକ୍ରାନ୍ତ ବୋଲି ରାଖୀ କହିଛନ୍ତି ।
ମୋ ସମ୍ପର୍କରେ ଏପରି ମନଗଢ଼ା କାହାଣୀ କିଏ କହୁଛନ୍ତି । ମୁଁ କେବଳ ଏକ ଅଭିଯୋଗ ଅଭିନେତ୍ରୀ ଶର୍ଲିନ ଚୋପଡାଙ୍କ ଉପରେ ଆଣିଥିଲି । ଲୋକଙ୍କର ଆଉ କିଛି କାମ ନାହିଁ,ମୋ ବ୍ୟକ୍ତିଗତ ଜୀବନ ଉପରେ କାହିଁକି ଦଖଲ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବିଗତ ଦିନରେ ରାଖୀ ସାଜିଦ ଖାନ୍ଙ୍କୁ ସପୋର୍ଟ କରି ଶର୍ଲିନଙ୍କୁ ଟ୍ରୋଲ କରିଥିଲେ । ପରେ ଶର୍ଲିନ ମଧ୍ୟ ରାଖୀଙ୍କୁ ବହୁତ କଡା କଥା କହିଥିଲେ । ପ୍ରକାଶଯୋଗ୍ୟ ଯେ ରାଖୀ ସାଓ୍ଵାନ୍ତ ପ୍ରଥମ ଅଭିନେତ୍ରୀ ଯିଏ କି ନିଜ ବିବାହ ପାଇଁ ସ୍ୱୟଂମ୍ବର କରିଥିଲେ । ଏହି ସ୍ୱୟମ୍ବର ସେତେବେଳେ ଟିଭି ଶୋ ରେ ଦେଖାଯାଇଥିଲା ।