ନ୍ୟୁଜ୍ମନୋରଞ୍ଜନସିନେମା

ନାଗାଙ୍କ ସହ କାମ କରିବେ ସାମନ୍ଥା !

ସତ୍ୟଶିଖା( ମୁମ୍ଵାଇ )୧୦.୧୧.୨୦୨୨:   ସାଉଥ୍‌ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଦମ୍ପତ୍ତି ଥିଲେ ସାମନ୍ଥ ଏବଂ ନାଗା । ହେଲେ ଦୁହେଁ ଅଲଗା ହୋଇଯାଇଛନ୍ତି। ଉଭୟ ଛାଡପତ୍ର ନେବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ଏବେ ଖବର ଆସିଛି କି ଅଲଗା ହେବା ପରେ ସାମନ୍ଥା ତାଙ୍କ ପୂର୍ବ ସ୍ୱାମୀଙ୍କ ସହ ଏକ ପ୍ରୋଜେକ୍ଟରେ କାମ କରିବେ।

ସାଉଥ୍ ଷ୍ଟାର୍ ସାମନ୍ଥା କିଛି ଦିନ ପୂର୍ବରୁ ‘ମାୟୋସିଟିସ୍’ ନାମକ ଏକ ରୋଗର ଲଢୁଥିବା ବିଷୟରେ ସୂଚନା ଦେଇଥିଲେ। ଅଭିନେତ୍ରୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଖୁବ୍ ଶୀଘ୍ର ସାମନ୍ଥାଙ୍କୁ ଯଶୋଦା ନାମକ ଏକ ଫିଲ୍ମରେ ଦେଖିବାକୁ ମିଳିବ।  ଅଭିନେତ୍ରୀ ଏବେ ଏହାର ପ୍ରମୋସନ କରୁଛନ୍ତି । ତେବେ ଉଭୟଙ୍କ ଏହି ନୂଆ ପ୍ରୋଜେକ୍ଟ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ।

ଅନ୍ୟପଟେ କହିବାକୁ ଗଲେ ଯେତେବେଳେ ସାମନ୍ଥାଙ୍କ ରୋଗ ବିଷୟରେ ଜାଣିଲେ ନାଗା ଚିନ୍ତିତ ହୋଇପଡିଥିଲେ।  କୁହାଯାଉଛି କି କୁଆଡେ ନାଗା କଲ୍‌ କରି ତାଙ୍କ ସ୍ଵାସ୍ଥ୍ୟ ବିଷୟରେ ପଚାରିଥିଲେ।  ଏହି ସମୟରେ, ପ୍ରଶଂସକମାନେ ମଧ୍ୟ ଆଶା କରୁଛନ୍ତି କି ଦୁହେଁ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ।

Show More
Back to top button