ଧର୍ମସ୍ୱାସ୍ଥ୍ୟ

ଏକମୁଖି ରୁଦ୍ରାକ୍ଷ ଧାରଣ କରିବାର ବିଧି

ସତ୍ୟଶିଖା( ଭୁବନେଶ୍ୱର )୦୯.୧୧.୨୦୨୨:  ରୁଦ୍ରାକ୍ଷର ପରିଚୟ ମହାଦେବଙ୍କ ଠାରୁ । ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା । ଏହା ସହ ତାଙ୍କ ଆଖିରୁ ଯେତେବେଳେ ପ୍ରଥମ ଥର ଏବଂ ପ୍ରଥମ ଟୋପା ଲୁହ ବୋହିଥିଲା ସେତେବେଳେ ଏକମୁଖି ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା । କୁହାଯାଏ, ଯେଉଁମାନେ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି, ସେମାନେ ଭଗବାନଙ୍କ ପ୍ରିୟ ପାତ୍ର ହୋଇଥାନ୍ତି ।

ହିନ୍ଦୁଧର୍ମ ଏବଂ ଭଗବାନ ଶିବଙ୍କୁ ମାନୁଥିବା ଲୋକ ଆଜି ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି । ତାହାଲେ ଆସନ୍ତୁ ଜାଣିବା ଏହି ରୁଦ୍ରାକ୍ଷ ଧାରଣ କରିବାର ଫାଇଦା ବିଷୟରେ ।
ଜ୍ୟୋତିଷଙ୍କ ଅନୁସାରେ, ଯେଉଁମାନଙ୍କ ବୈବାହିକ ଜୀବନରେ ହସଖୁସିରେ କଟୁନାହିଁ ସେମାନଙ୍କୁ ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିବାକୁ କୁହାଯାଇଥାଏ ।ଏହାକୁ ଧାରଣ କରିଥିବା ବ୍ୟକ୍ତି ପବିତ୍ର ଏବଂ ଭଲ ଆଚରଣ କରିଥାନ୍ତି ।

– ଯେଉଁମାନଙ୍କର ଚାକିରିରେ ସମସ୍ୟା ଅଛି ବା ଚାକିରି ପ୍ରତି ବିପଦ ଅଛି ସେମାନେ ଏହି ରୁଦ୍ରାକ୍ଷ ଧାରଣ କରନ୍ତୁ ।
– ସେହିଭଳି ଯେଉଁମାନେ ରାଜନୀତିରେ ସଫଳତା ପାଇବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ ।
– ଏହାକୁ ଧାରଣ କରିବା ବିଧିପ୍ରଥମେ ଆପଣ ଏକ ପିତ୍ତଳ ପାତ୍ରରେ ପଞ୍ଚାମୃତ ତିଆରି କରନ୍ତୁ । ଏହାପରେ ସେହି ପଞ୍ଚାମୃତରେ ଗୋଲାପ ପତ୍ର ପକାନ୍ତୁ । ସେହି ପାତ୍ରରେ ରୁଦ୍ରାକ୍ଷ ବା ଏହାର ମାଳା ପକାଇ ସ୍ନାନ କରାଇ ଦିଅନ୍ତୁ । ଏହାପରେ ଆପଣ ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ । ପରେ ପୁଣି ଥରେ ଏହାକୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ । ଏହାପରେ ରୁଦ୍ରାକ୍ଷକୁ ଏକ ଲାଲ୍ ସଫା କପଡାରେ ରଖନ୍ତୁ । ସେଥିରେ ଚନ୍ଦନ, ବେଲପତ୍ର, ଧଳାଫୁଲ, ଧୂପ ଦୀପ ଦେଇ ପୂଜା କରି ଅଭିମନ୍ତ୍ରିତ କରନ୍ତୁ । ଆପଣ ଶିବ-ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରିପାରିବେ ।

Show More
Back to top button