ନ୍ୟୁଜ୍ରାଜ୍ୟ

ବିଶିଷ୍ଟ ଓଡ଼ିଶୀ କଣ୍ଠ ଶିଳ୍ପୀ ଲତା ଘୋଷଙ୍କ ପରଲୋକ

ସତ୍ୟଶିଖା( ଭୁବନେଶ୍ୱର )୦୮.୧୧.୨୦୨୨:  ବିଶିଷ୍ଟ ଓଡ଼ିଶୀ କଣ୍ଠ ଶିଳ୍ପୀ ଲତା ଘୋଷ ଆଉ ନାହାନ୍ତି । ସୋମବାର ରାତିରେ ଭୁବନେଶ୍ବର ଏମ୍ସରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ୧୯୭୫ ମସିହାରୁ ଆକାଶବାଣୀ ଏବଂ ଦୂରଦର୍ନଶର ଜଣେ ସ୍ବୀକୃତି ପ୍ରାପ୍ତ କଳାକାର ଭାବେ ସେ ଓଡ଼ିଶୀ ସଙ୍ଗୀତ ଗାଉଥିଲେ। ପରେ ଜଣେ ବି-ହାଇଗ୍ରେଡ ଆର୍ଟିଷ୍ଟ ଭାବେ ସୁନାମ ଅର୍ଜନ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ସେ ଅଧ୍ୟାପନା କରିଥିଲେ । ଦୀର୍ଘ ଦିନର ସଙ୍ଗୀତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇଥିଲେ।  ​‌

Show More
Back to top button