

ସତ୍ୟଶିଖା( କୋଣାର୍କ )୨୮.୧୦.୨୦୨୨: କୋଣାର୍କରେ ଡିସେମ୍ବର ପହିଲାରୁ ହେବ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ। ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗତକାଲି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଚଳିତବର୍ଷ ଇକୋ ରିଟ୍ରିଟ୍କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
ସେ କହିଛନ୍ତି, ୭୦ଟି ଲଜ୍ ପାଇଁ ଟେଣ୍ଟ କରାଯିବ। ତାରକା ହୋଟେଲ ଅନୁରୂପ ସୁବିଧା ରହିବ। ଇକୋ ରିଟ୍ରିଟ୍ ସମୟରେ ଜଳକ୍ରୀଡ଼ା, ବିଚ ସ୍ପୋର୍ଟସ ଓ ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ନିରବଛିନ୍ନ ବିଦ୍ୟୁତ, ପାଣି, ମୋବାଇଲ ନେଟଓ୍ୱାର୍କ ସହ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ, ସୁରକ୍ଷା ବ୍ୟବସ୍ଥା ଓ ୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ।