ଜୀବନମନ୍ତ୍ର
ବିବାହରେ ବିଳମ୍ବ ହେଉଛି କି ? ଆପଣାନ୍ତୁ ଏହି ଉପାୟ


ସତ୍ୟଶିଖା( ଭୁବନେଶ୍ୱର )୧୭.୧୦.୨୦୨୨: ବିବାହ ଏକ ପବିତ୍ର ବନ୍ଧନ ବୋଲି ମାନ୍ୟତା ରହିଛି। ମାତ୍ର କେତେକ ସମୟରେ ଅନେକ ଯୁବତୀଙ୍କ ବିବାହରେ ବିଳମ୍ବ ହେଉଥିବା ଦେଖାଯାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ..
ପ୍ରତିଦିନ ଠେକୁଆକୁ ଖାଦ୍ୟ ଦିଅନ୍ତୁ।
ଗୁରୁବାର ବ୍ରତ ପାଳନ କରିବା ସହ ମନ୍ଦିରରେ ହଳଦିଆ ଜିନିଷ ଦାନ କରନ୍ତୁ।
ଗୁରୁବାର ଦିନ ବର ଗଛ, ଅଶ୍ୱତ୍ଥ ବୃକ୍ଷ ଓ କଦଳୀ ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ସହ ଗାଈର ଶୁଦ୍ଧ ଘିଅରେ ଦୀପ ଲଗାନ୍ତୁ।
ମଥାରେ ପ୍ରତିଦିନ ଚନ୍ଦନ କିମ୍ବା କେସର ତିଳକ ଲଗାନ୍ତୁ।
ହଳଦିଆ ପୋଷାକ ପିନ୍ଧନ୍ତୁ। ଘରର ପରଦା ଓ ଚଦର ଗୋଲାପି ରଙ୍ଗର ବ୍ୟବହାର କରନ୍ତୁ।
ଭୋଜନରେ କେସର ବ୍ୟବହାର କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଯୁବତୀଙ୍କ ବିବାହ ସ୍ଥିର ପାଇଁ ପରିବାର ଲୋକେ ଘରୁ ବାହାରକୁ ଯିବା ସମୟରେ ଯୁବତୀ ଆଦୌ କେଶ ଖୋଲା ରଖନ୍ତୁ ନାହିଁ।