ଗୁରୁବାର ରାଶିଫଳ: କେମିତି କଟିବ ଆଜିର ଦିନ


ସତ୍ୟଶିଖା( ଭୁବନେଶ୍ୱର )୧୩.୧୦.୨୦୨୨:
ମେଷ: ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଆକର୍ଷିତ ହେବେ। ଶିକ୍ଷାର୍ଥୀମାନେ ସେମାନଙ୍କର ତ୍ରୁଟିକୁ ସଜାଡ଼ିବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବା ଫଳରେ ମନ ସନ୍ତୁଷ୍ଟ ହେବ ।
ବୃଷ: ସରକାରୀ କାମରେ ସଫଳତା ମିଳିବା ସହ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପଯୋଗ କରିବା ଫଳରେ ବହୁତ ଲାଭ ମିଳିବ । ଶତ୍ରୁ ଓ ବିରୋଧୀମାନେ କୌଣସି କ୍ଷତି କରିପାରିବେ ନାହିଁ।
ମିଥୁନ: କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟର ଓ ସହନ ଶୀଳତା କାଏମ ରହିବ । ବନ୍ଧୁ ମିତ୍ରଙ୍କର ପ୍ରେରଣା ଓ ଆର୍ଥିକ ସହାୟତାରେ ଉଚିତ ପନ୍ଥା ଅନୁସରଣ କରିବେ ।
ସିଂହ: ସରକାରୀ ସାହାଯ୍ୟ ମିଳିବା ଫଳରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ସହ ର୍ଧୈଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ।
କନ୍ୟା: କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।
ତୁଳା: ସାଙ୍ଗମାନଙ୍କ ସାହାଯ୍ୟରେ, ଆପଣଙ୍କର ସମସ୍ତ କାର୍ଯ୍ୟ ସହଜ ସରଳରେ ସମାପ୍ତ କରିପାରିବେ । ଜୀବନ ସାଥୀଙ୍କ ପରାମର୍ଶରେ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ ।
ବିଚ୍ଛା: ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ପ୍ରଶଂସା ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ ।
ଧନୁ: ସାଙ୍ଗ ସାଥିମାନେ ସାହାଯ୍ୟ କରିବା ଫଳରେ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖଶାନ୍ତି ବର୍ଦ୍ଧିତ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ହେତୁ ସବୁ ସ୍ଥାନରେ ଭଲ ପ୍ରଦର୍ଶନ କରିପାରିବେ ।
ମକର: ସାହସର ସହିତ ପରିସ୍ଥିତିକୁ ସାମ୍ନା କରିପାରିବେ ଓ ସହକର୍ମୀଙ୍କଠାରୁ ପ୍ରଶଂସାବାଣୀ ଶୁଣିବାକୁ ପାଇବେ । ଅନ୍ୟମାନଙ୍କ ପରାମର୍ଶ ଅପେକ୍ଷା ନିଜ ନିଷ୍ପତ୍ତି ଉପରେ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯାଇପାରେ ।
କୁମ୍ଭ: କାର୍ଯ୍ୟାଳୟରେ କିଛି ଦିନ ଧରି ଚାଲିଆସୁଥିବା ଚାପଗ୍ରସ୍ତ ପରିସ୍ଥିତି ସ୍ୱାଭାବିକ ହୋଇଯିବ। ବାଦବିବାଦ ଓ ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।
ମୀନ: ଶାରୀରିକ କଷ୍ଟ ଦୂରେଇ ଯିବା ସହ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ । ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ । ଗୃହ, ଜମି ଓ ପାରିବାରିକ ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବେ ।