

ସତ୍ୟଶିଖା( ଯାଜପୁର )୧୨.୧୦.୨୦୨୨: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ହାତୀବାରି ଗ୍ରାମରେ ଗ୍ୟାସ୍ ସିଲିଣ୍ଡର୍ ଫାଟି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହାତୀବାରୀ ଗ୍ରାମର ଅମ୍ବୁଜ ମହାନ୍ତିଙ୍କ ସ୍ତ୍ରୀ ସେବତୀ ବୋଲି ଜଣାପଡିଛି । ସେବତୀ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡର୍ ଫାଟି ଯାଇଥିଲା । ଫଳରେ ତାଙ୍କ ଚାଳ ଛପର ଘରେ ନିଆଁ ଲାଗିଯିବା ସହ ସେବତୀ ଗୁରୁତର ଆହତ ହୋଇଥିଲେ । ପଡୋଶୀ ସେବତୀଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡ଼ିକାଲକୁ ପଠାଇଥିଲେ ।
ଖବର ପାଇ ସ୍ଥାନୀୟ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ସେବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସୁକିନ୍ଦା ମେଡ଼ିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।