ସତ୍ୟଶିଖା( ଭୁବନେଶ୍ୱର )୨୮.୦୯ . ୨୦୨୨: ଗତ ୨ ବର୍ଷ ପରି ଏଥର ବି ଫିକା ପଡ଼ିପାରେ ପୂଜା ମଉଜ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ଧୁମଧାମରେ ପୂଜା ପାଳନ ନେଇ ହୋଇଥିବା ଯୋଜନା ପାଣି ଫୋଟକା ପରି ମିଳାଇଯିବା ଆଶଙ୍କା ସୃଷ୍ଟି ହେଲାଣି।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ଯାଏ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏହା ପୂର୍ବରୁ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୨୮ ଏବଂ ୨୯ ତାରିଖରେ ଉପକୂଳ ସମେତ ୨୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର ଆକଳନୁ ନେଇ ଚିନ୍ତାରେ ପଡ଼ିଲେଣି ପୂଜା କମିଟି ସଦସ୍ୟ । ବିଗତ ଦୁଇବର୍ଷ ମହାମାରୀ କରୋନା ପାଇଁ ବହୁ କଟକଣାରେ ପୂଜା ହୋଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳି ନ ଥିଲା। ଚଳିତବର୍ଷ କଟକଣା ହଟିଥିବା ବେଳେ ଧୁମ୍ ଧାମରେ ପୂଜା କରିବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଥିଲେ ବିଭିନ୍ନ କମିଟି । ହେଲେ ଏଥର ବି ପୂଜା ବଜାର ଫିକା ପଡ଼ିବା ଆଶଙ୍କା ଦେଖାଦେଲାଣି।
Lorem ipsum dolor sit amet, consectetur.