ନ୍ୟୁଜ୍ରାଜ୍ୟ

ଦୁର୍ଗାପୂଜାରେ ବ୍ୟାଣ୍ଡ DJ ଉପରେ ଲାଗିଲା କଟକଣା: ଜାଣନ୍ତୁ କ’ଣ ରହିଛି ନିୟମ

ସତ୍ୟଶିଖା(ଭୁବନେଶ୍ୱର )୨୪.୦୯ . ୨୦୨୨: ବିଗତ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ ଦୁର୍ଗାପୂଜାରେ ସାଧାରଣ ଦର୍ଶକ ସାମିଲ ହୋଇପାରି ନ ଥିବାରୁ ଏଥର ପୂଜା କମିଟିଗୁଡ଼ିକ ଆକର୍ଷଣୀୟ ଭାବେ ପୂଜା କରୁଛନ୍ତି । ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ ହୋଇଯାଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଛି । ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭସାଣି ଶୋଭାଯାତ୍ରାରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ଦିଆଯାଇଛି । ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଶୋଭାଯାତ୍ରାରେ ୬ଟି ଟ୍ରଲିକୁ ଅନୁମତି ମିଳିବ । ଅମାନ୍ୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନରରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଭସାଣି ସମୟରେ ପ୍ରତି ପୂଜା ମଣ୍ଡପକୁ କେବଳ ଗୋଟିଏ ଲେଖାଏଁ ବ୍ୟାଣ୍ଡ ଓ ମ୍ୟୁଜିକ ପାର୍ଟି ବ୍ୟବହାର କରିବାକୁ ଅନୁମତି ଦିଆଯିବ । ୬ଟିରୁ ଅଧିକ ଟ୍ରଲି ବ୍ୟବହାର କରିପାରିବେନି । ମ୍ୟୁଜିକ ପାର୍ଟି ଗୁଡ଼ିକ ୪ରୁ ୫ଟି ସାଉଣ୍ଡ ବକ୍ସ ବ୍ୟବହାର କରିବେ । ସାଉଣ୍ଡ ଲିମିଟର ନଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବ ନାହିଁ । ଯେଉଁ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍ ପାର୍ଟି ଗୁଡ଼ିକ କେବଳ ଭୁବନେଶ୍ୱର/କଟକ ଡିସିପିଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବେ କେବଳ ସେମାନଙ୍କୁ ଚଳିତ ବର୍ଷ ଦଶହରାରେ ଅନୁମତି ମିଳିବ । ଅନ୍ୟ କାହାର ଲାଇସେନ୍ସକୁ ବ୍ୟବହାର କରି କେହି ଗୀତ ବଜାଇ ପାରିବେ ନାହିଁ ।

Show More
Back to top button