ଅପରାଧନ୍ୟୁଜ୍ରାଜ୍ୟ

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୮ଟି ସ୍ଥାନରେ ରେଡ୍‌

ସତ୍ୟଶିଖା(ସୁନ୍ଦରଗଡ )୨୧.୦୯ . ୨୦୨୨:  ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର। ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି।

ଡୁମାବାହାଲ, ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌।  କୁଳମଣିଙ୍କ ପୈତୃକ ଗାଁ, ଲେଫ୍ରିପଡା ଥାନା, ଡୁମାବାହାଲ, ସୁନ୍ଦରଗଡ ଏବଂ ଲେଫ୍ରିପଡାରେ ଚଢାଉ ଜାରି ରହିଛି।  ସୁନ୍ଦରଗଡ଼ ସହରର ମିଶନ ରୋଡ ସ୍ଥିତ ଦୁଇ ମହଲା କୋଠା, ଲେଫ୍ରିପଡ଼ାର ତିନି ମହଲା କୋଠା ଏବଂ ଡୁମାବାହାଲରେ ତିନିଟି ଘରେ ଚାଲିଛି ରେଡ୍। ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି। ସେନେଇ ଭିଜିଲାନ୍ସ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

କୁଳମଣି କିରାଣୀ ଭାବରେ ଚାକିରି ଆରମ୍ଭ କରି ପଦୋନ୍ନତି ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ।

Show More
Back to top button