ନ୍ୟୁଜ୍ରାଜ୍ୟ

ଆଉ ୪ ଜିଲ୍ଲାର ଯୋଜନା କମିଟି ପୁର୍ନଗଠିତ

ସତ୍ୟଶିଖା( ଭୁବନେଶ୍ୱର )୧୦.୦୯ . ୨୦୨୨:  ଗଞ୍ଜାମ ଓ ପୁରୀ ଜିଲ୍ଲା ପରେ ଆଜି ଆଉ ୪ଟି ଜିଲ୍ଲାର ଯୋଜନା କମିଟି ପୁର୍ନଗଠିତ ହୋଇଛି । ଗତ ପଂଚାୟତ ନିର୍ବାଚନ ପରଠୁ ଜିଲ୍ଲା ଯୋଜନା କମିଟି ଅକାମୀ ହୋଇ ରହିଥିଲା ତଥା ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ନିର୍ବାଚନ କରାଯାଇ ଏହି ଜିଲ୍ଲା ଯୋଜନା କମିଟି ସଦସ୍ୟ ଚୟନ କରାଯାଇଛି ।

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ  ଅନୁଗୁଳ, ମାଲକାନଗିରି, ଗଜପତି ଓ ନୟାଗଡ଼ ଜିଲ୍ଲାର ଯୋଜନା କମିଟିର ପୁର୍ନଗଠନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ଯୋଜନା କମିଟିରେ ନିର୍ବାଚିତ ଜିଲ୍ଲା ପରିଷଦଙ୍କ ମଧ୍ୟରୁ ମୋଟ ୧୨ଜଣଙ୍କୁ ସାମିଲ କରାଯାଇଛି । ସେଥିରେ ୫ଜଣ ସଂରକ୍ଷିତ ବର୍ଗର ଓ ଅନ୍ୟ ୭ଜଣ ସାଧାରଣ ବର୍ଗ ରହିଛି । ବାଲି ମାଝୀ, ହିରଣ୍ୟ ମୁଦୁଲି, ଲକ୍ଷ୍ମୀପ୍ରିୟା ନାୟକ, ମୁକ ମାଡକାମୀ, ପତିତପାବନ ବୈଦ୍ୟ, ସସ୍ମିତା ମାଝୀ, ଅପର୍ଣ୍ଣା ମଣ୍ଡଳ, ବିଜୟଲକ୍ଷ୍ମୀ ପୋଡ଼ିଆମି, କୁନି ଭୂମିଆ, ସମାରି ଡାଙ୍ଗୁଲ ଓ ସୁରଭି ଭୌମିକଙ୍କୁ ସଦସ୍ୟ ନିର୍ବାଚିତ କରାଯାଇଛି ।

ସେହିପରି ଗଜପତି ଜିଲ୍ଲା ଯୋଜନା କମିଟିକୁ ମୋଟ ୧୨ଜଣଙ୍କୁ ନିର୍ବାଚିତ କରାଯାଇଛି । ସେମାନେ ହେଲେ ରୋକ୍କମ ରାଜ୍ୟଲକ୍ଷ୍ମୀ, ଗଭରା ତିରୁପତି ରାଓ, ସନ୍ଧ୍ୟା ଶବର, ଏସ୍ ବାଲାରାଜୁ , ପି ଲୀଲାବତୀ, କୁନ୍ତଳା ମଲ୍ଲିକ, ଚନ୍ଦ୍ର କୁମାର ମଲ୍ଲିକ, ସୁନୀଲ କୁମାର ବିଶୋୟୀ, ଯମୁନା ଦଳବେହେରା, ଗୌତମୀ ଜାନି ଓ ପିତାମ୍ବର ନାୟକ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

Show More
Back to top button