ଦେଶ

ମେ ୪ରୁ କେଦାରନାଥଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଡେରାଡୁନ: ଆସନ୍ତା ୪ ତାରିଖରୁ ପ୍ରସିଦ୍ଧ କେଦାରନାଥଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ତେବେ କେବଳ ଉତ୍ତରାଖଣ୍ଡର ଲୋକଙ୍କୁ ଏଭଳି ଅନୁମତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସୂଚନା ଦେଇଛନ୍ତି। ସେହିପରି ଗ୍ରୀନ ଜୋନରେ ଥିବା ରାଜ୍ୟର ସମସ୍ତ ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି, “ଆସନ୍ତା ୪ ତାରିଖରୁ ଗ୍ରୀନ ଜୋନରେ ଯାତାୟାତ ଠାରୁ ଆରମ୍ଭ କରି ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ। ସେହିପରି ଉତ୍ତରାଖଣ୍ଡର ଲୋକମାନେ କେଦାରନାଥଙ୍କ ଦର୍ଶନ କରିପାରିବେ। ସବୁ କିଛି କୋହଳ କରାଯାଉଥିଲେ ହେଁ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ଆହୁରି ପଢ଼ନ୍ତୁ

ଉତ୍ତରାଖଣ୍ଡର ୧୩ଟି ଜୋନରୁ ୧୦ଟି ଗ୍ରୀନ ଜୋନରେ ଥିବା ବେଳେ ୨ଟି ଅରେଞ୍ଜ ଓ ଗୋଟିଏ ଜିଲ୍ଲାର ରେଡ ଜୋନରେ ରହିଛି। ବାର୍ଷିକ ଚାରି ଧାମ ଯାତ୍ରା ଉପରେ ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ଆମେ ଚାହୁଁଛୁ ଲୋକମାନେ ଧର୍ମପୀଠଗୁଡ଼ିକୁ ଗସ୍ତ କରନ୍ତୁ।

୨୦୧୩ କେଦାରନାଥ ଟ୍ରେଜେଡି କଥା ସମସ୍ତଙ୍କର ମନେଥିବ। ଆମେ ଏବେ ଏବେ ଏହା ମଧ୍ୟରୁ ବାହାରିଛୁ। ଆମର ଆଶା କରୋନା ସମସ୍ୟାରୁ ମଧ୍ୟ ଆମେ ସଫଳ ରୂପେ କମବ୍ୟାକ କରିବୁ।”

[ad_2]
Show More
Back to top button