

ସତ୍ୟଶିଖା( ଭୁବନେଶ୍ୱର )୨୯.୦୮ . ୨୦୨୨: ମାଲକାନଗିରିରେ ଓଟିଇଟି ପ୍ରଶ୍ନ ଉତ୍ତର ସିଟ୍ ଭାଇରାଲ ହେଉଥିବା ନେଇ ଚର୍ଚ୍ଚ ହେଉଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ଟି ସେଟର ଉତ୍ତର ସିଟ୍ ଭାଇରାଲ ହେବା ନେଇ ଚର୍ଚ୍ଚ ହେଉଥିବା ବେଳେ ସେହି ଉତ୍ତର ସିଟ୍, ଚାଲିଥିବା ପରୀକ୍ଷାର କି ନୁହେଁ ତାହା ଜଣାପଡ଼ିନାହିଁ । ଏନେଇ ମାଲକାନଗିରି ଡିଇଓ ମାନସ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଭାଇରାଲ ହେଉଥିବା ଉତ୍ତର ସିଟର ବାସ୍ତବତାକୁ ନେଇ ତଦନ୍ତ କରାଯାଉଛି । ତଦନ୍ତ ପରେ ସବୁ କିଛି ଜଣାପଡ଼ିବ । ଶିକ୍ଷକ ନିଯୁକ୍ତି ନେଇ ଆଜି ରାଜ୍ୟ ବ୍ୟାପି ଓଟିଇଟି ପରୀକ୍ଷା କରାଯାଉଛି ।