ଅପରାଧନ୍ୟୁଜ୍ରାଜ୍ୟଶିକ୍ଷା

ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣା : ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ୱନ କଲା ଶିକ୍ଷା ବିଭାଗ

ସତ୍ୟଶିଖା( ମୋହନା )୨୭.୦୮ . ୨୦୨୨: ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଡେଙ୍ଗାସ୍ଖାଲ୍ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ୱନ କଲା ଶିକ୍ଷା ବିଭାଗ । ଜିଲ୍ଲା ଶିକ୍ଷାଅଧିକାରୀ ପ୍ରୋଦୋଷ ନାୟକଙ୍କ ନିର୍ଦ୍ଦେଶରେ ଶିକ୍ଷା ବିଭାଗର ଚିଠି ସଂଖ୍ୟା ୨୦୧୫/୨୨ରେ ଶିକ୍ଷକ ଜଗଦୀଶ୍ଵର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏ ନେଇ ମୋହନା ଗୋଷ୍ଠୀ ଶିକ୍ଷାଅଧିକାରୀ ଦେବଦାସ ତାମରାପୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଲୁଦିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଜଗଦୀଶ୍ଵର ବେହେରା ମଦ ପିଇ ଜୋରଜବରଦସ୍ତ ସ୍କୁଲ୍‌ରେ ପଶି ୨୦ ଜଣ ଛାତ୍ରଛାତ୍ରୀଙ୍କୁ ମାରି ଲହୁଲୁହାଣ କରିଥିଲେ। ଏ ନେଇ ଗୁରୁବାର ଡେଙ୍ଗାସ୍ଖାଲ୍ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ବାରୁଆ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ସମ୍ପୃକ୍ତ ଶିକ୍ଷକଙ୍କୁ ଶୁକ୍ରବାର ନୋଟିସ ଜାରି କରାଯାଇଛି ।

Show More
Back to top button