ଦେଶନ୍ୟୁଜ୍ରାଜ୍ୟଶିକ୍ଷା

୨୧ ନକଲି ବିଶ୍ବବିଦ୍ୟାଳୟରେ ଓଡ଼ିଶାରୁ ଦୁଇ

ସତ୍ୟଶିଖା( ଭୁବନେଶ୍ୱର )୨୭.୦୮ . ୨୦୨୨: ଦେଶରେ ଥିବା ୨୧ଟି ବିଶ୍ବବିଦ୍ୟାଳୟ ନକଲି। ସେଥିମଧ୍ୟରେ ଓଡ଼ିଶାରୁ ୨ଟି ରହିଛି। ଏହି ଆତ୍ମଘୋଷିତ ବିଶ୍ବବିଦ୍ୟାଳୟ‌ କୌଣସି ଡିଗ୍ରୀ ପ୍ରଦାନ କରିବାକୁ କ୍ଷମତାପ୍ରାପ୍ତ ନୁହେଁ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ଜାରି କରାଯାଇ ଏପରି ପରାମର୍ଶ ଦିଆଯାଇଛି।

ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଦିଲ୍ଲୀ ସର୍ବାଗ୍ରେ ରହିଛି। ଦିଲ୍ଲୀରେ ସର୍ବାଧିକ ୮ଟି ଜାଲ୍‌ ବିଶ୍ବବିଦ୍ୟାଳୟ ରହିଥିବା ବେଳେ ଉତ୍ତରପ୍ରଦେଶରେ ୪ଟି, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୨ଟି ଲେଖାଏଁ ଚିହ୍ନଟ ହୋଇଛି। ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏଁ ଆତ୍ମଘୋଷିତ ବିଶ୍ବବିଦ୍ୟାଳୟ ଥିବା କୁହାଯାଇଛି। ଓଡ଼ିଶାର ରାଉରକେଲାରେ ଥିବା ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜସ୍ଥିତ ଉତ୍ତର ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ବବିଦ୍ୟାଳୟ ୟୁଜିସିର ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ରହିଛି।

ସେହିପରି ଦିଲ୍ଲୀସ୍ଥିତ ଏଆଇଆଇପିପିଏଚଏସ, କମର୍ସିଆଲ ୟୁନିଭର୍ସିଟି, ୟୁନାଇଟେଡ ନେସନ ୟୁନିଭର୍ସିଟି ଭଳି ୮ଟି ବିଶ୍ବବିଦ୍ୟାଳୟକୁ ଜାଲ୍‌ ଘୋଷଣା କରାଯାଇଛି। ଏହି ବିଶ୍ବବିଦ୍ୟାଳୟଗୁଡ଼ିକ ୟୁଜିସି ଅଧିନିୟମର ଉଲ୍ଲଙ୍ଘନ କରୁଥିବା କୁହାଯାଇଛି।

Show More
Back to top button