ଦେଶ

ପ୍ରବାସୀଙ୍କୁ ସ୍ଥାନ ନ ଛାଡ଼ିବାକୁ ନିବେଦନ କଲେ କର୍ଣ୍ଣାଟକା ଓ ତେଲେଙ୍ଗାନା

ବେଙ୍ଗାଲୁରୁ/ହାଇଦ୍ରାବାଦ: କରୋନା ଲକଡାଉନ ଯୋଗୁ ବାହାର ରାଜ୍ୟରେ ଫସିଥିବା ଲୋକମାନେ ନିଜ ନିଜ ଘରକୁ ଫେରିବା ପାଇଁ ବିକଳ ହେଉଛନ୍ତି। ଏକାଧିକ ରାଜ୍ୟମାନେ ମଧ୍ୟ ବାହାରେ ଫସିଥିବା ଶ୍ରମିକ ଓ ଅନ୍ୟାନ୍ୟ ଲୋକଙ୍କୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ କର୍ଣ୍ଣାଟକା ଓ ତେଲେଙ୍ଗାନା ସରକାର ଶ୍ରମିକମାନଙ୍କୁ ନିଜର ସ୍ଥାନ ଛାଡ଼ି ଘରକୁ ନ ଯିବାକୁ ନିବେଦନ କରିଛନ୍ତି।

ଖୁବଶୀଘ୍ର ରାଜ୍ୟଗୁଡ଼ିକରେ ଅର୍ଥନୀତିକ କାର୍ଯ୍ୟକଳାପ ଆରମ୍ଭ ହେବ ଏବଂ ଶ୍ରମିକମାନେ ଟିକିଏ ଅପେକ୍ଷା କରନ୍ତୁ ବୋଲି ଦୁଇ ରାଜ୍ୟର ସରକାର ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା କହିଛନ୍ତି, “ଆମେ ଖୁବଶୀଘ୍ର ରାଜ୍ୟରେ ଅର୍ଥନୀତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ଆମେମାନେ ବିଭିନ୍ନ ସଂସ୍ଥାକୁ ସେମାନଙ୍କ କର୍ମଚାରୀଙ୍କ ସ୍ୱାର୍ଥ ସାଧନ ପାଇଁ ପଦକ୍ଷେପ ନେବାକୁ କହୁଛୁ। ସେହିପରି ସଂସ୍ଥାଗୁଡ଼ିକ କର୍ମଚାରୀଙ୍କୁ ଦରମା ଦିଅନ୍ତୁ। ମୁଁ ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ସ୍ଥାନରେ ରହିବାକୁ ନିବେଦନ କରିବା ସହ ଆମକୁ ସହଯୋଗ କରିବାକୁ ଅନୁରୋଧ କରୁଛୁ।”

ହାଇଦ୍ରାବାଦରେ ମଧ୍ୟ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀମାନେ ନିଜ ନିଜ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ମଧ୍ୟ ଶ୍ରମିକ ଓ କର୍ମଚାରୀଙ୍କୁ ସ୍ଥାନ ନ ଛାଡ଼ିବାକୁ କହିଛନ୍ତି। ଏଥିସହ ଜିଲ୍ଲାପାଳମାନେ ଶ୍ରମିକଙ୍କୁ ଭେଟି ସେମାନଙ୍କୁ ବୁଝାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

[ad_2]
Show More
Back to top button