

ସତ୍ୟଶିଖା(ରାଞ୍ଚି)୨୬.୦୮ . ୨୦୨୨: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ଲାଗି ନିର୍ବାଚନ ଆୟୋଗ (ଇସି) ରାଜ୍ୟପାଳ ରମେଶ ବୈଶଙ୍କୁ ସୁପାରିସ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୋରେନ ନିଜ ନାମରେ ଖଣି ଲିଜ୍ ନେବା ପୂର୍ବକ ବେଆଇନ ଭାବେ ଲାଭଜନକ ପଦରେ ରହିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇଛି। ନିର୍ବାଚନ ଆୟୋଗଙ୍କ ଏହି ସୁପାରିସ ପରେ ରାଜ୍ୟପାଳ ଜେଏମଏମ୍ ବିଧାୟକ ସୋରେନଙ୍କୁ ସମନ ଜାରି କରିଛନ୍ତି। ତାଙ୍କୁ ରାଜଭବନରେ ଉପସ୍ଥିତ ହେବାକୁ କୁହାଯାଇଛି। ଅନ୍ୟପଟେ ରାଜ୍ୟପାଳ ଏହି ପ୍ରସଙ୍ଗରେ ଆଇନଗତ ପରାମର୍ଶ ଲୋଡିଛନ୍ତି। ତେବେ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ମତାମତ ମିଳିପାରି ନାହିଁ।