ନ୍ୟୁଜ୍ରାଜ୍ୟ

ବିଧାୟକ ପଦ ହରାଇବେ କି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ? ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ECଙ୍କ ରିପୋର୍ଟ

ସତ୍ୟଶିଖା( ନୂଆଦିଲ୍ଲୀ )୨୫.୦୮ . ୨୦୨୨:  ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦ ଯିବ କି ରହିବ ତାହା ଏବେ ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଏହାର ନିଷ୍ପତ୍ତି ହୋଇ ସାରିଛି। ହେମନ୍ତ ସୋରେନଙ୍କ ଭାଗ୍ୟ ଜଉମୁଦ ଲଫାପାରେ ନିର୍ବାଚନ ଆୟୋଗଙ୍କଠାରୁ ରାଜ୍ୟପାଳଙ୍କ ନିକଟରେ ପହଞ୍ଚି ସାରିଛି। ଏବେ ଶୀଘ୍ର ଏହି ମାମଲାରେ ବଡ ନିଷ୍ପତ୍ତି ଆସିପାରେ। ସୂତ୍ର ଅନୁଯାୟୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ।

ଏହିପରି ଝାଡଖଣ୍ଡର ହେମନ୍ତ ସରକାରଙ୍କ ଉପରେ ବିପଦର କଳାବାଦଲ ଛାଇ ଯାଇଛି। ଯଦି ହେମନ୍ତ ସୋରେନଙ୍କ ବିଧାୟକ ସଦସ୍ୟତା ରଦ୍ଦ ହୁଏ ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ। ଏମିତି ସ୍ଥିତିରେ ଝାଡଖଣ୍ଡରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ହେଲେ ନିର୍ବାଚନ ଆୟୋଗଙ୍କ ତରଫରୁ ମାମଲାରେ କିଛି ସ୍ପଷ୍ଟ କରାଯାଇ ନାହିଁ। ରାଜଭବନ ପକ୍ଷରୁ ବି କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ପଥର ଖନନର ଲିଜ୍ ନିଜ ନାମରେ ଆବଣ୍ଟିତ କରିବା ଅଭିଯୋଗ ଲଗାଇ ବିଜେପି ହେମନ୍ତ ସୋରେନଙ୍କ ବିରୋଧରେ ‘ଅଫିସ୍ ଅଫ ପ୍ରଫିଟ୍’ ସଂପର୍କିତ ନିୟମର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ରାଜ୍ୟପାଳ ନିର୍ବାଚନ ଆୟୋଗଙ୍କଠୁ ରାୟ ମାଗିଥିଲେ। ଅଗଷ୍ଟ ୧୮ରେ ଏହି ମାମଲାରେ ଶୁଣାଣି ପୂରା ହୋଇ ସାରିଛି।

Show More
Back to top button