

ସତ୍ୟଶିଖା( କିଭ୍ )୨୫.୦୮ . ୨୦୨୨: ଗୋଟିଏ ପଟେ ରୁଷ ସେନାର ଆକ୍ରମଣ ଜାରି ରହିଥିବା ବେଳେ ଅନ୍ୟପଟେ ବୁଧବାର ୟୁକ୍ରେନ୍ ନିଜ ସ୍ବାଧୀନତା ଦିବସ ପାଳନ କରିଛି। ୧୯୯୧ ମସିହା ଆଜିର ଦିନରେ ସୋଭିଏତ ୟୁନିଏନ୍ରୁ ବିଚ୍ଛିନ୍ନ ହୋଇ ନିଜକୁ ସ୍ବାଧୀନ ଘୋଷଣା କରିଥିଲା ୟୁକ୍ରେନ୍ । ଚଳିତବର୍ଷ ୟୁକ୍ରେନ୍ରେ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହେଉଛି। ସ୍ବାଧୀନତା ଦିବସ ପାଳନ ପାଇଁ ଅଧିକ ଲୋକ ଏକତ୍ରିତ ହେଲେ ରୁଷ୍ ସେନା ତରଫରୁ କ୍ଷେପଣାସ୍ତ୍ର ମାଡ଼ ହେବାର ଆଶଙ୍କା ରହିଥିବା ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେହିପରି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେସ୍କି ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରୁଷ୍ ସେନାର ଆକ୍ରମଣ ପ୍ରତି ସତର୍କ ରହିବାକୁ ଟ୍ବିଟ୍ କରି ଦର୍ଶାଇଛନ୍ତି। ପରେ ରାଷ୍ଟ୍ରପତି ଜେଲେନ୍ସ୍କି ଓ ତାଙ୍କ ପତ୍ନୀ ଯୁଦ୍ଧରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବାଧୀନତା ଦିବସ ଅବସରରେ ବହୁସଂଖ୍ୟକ ୟୁକ୍ରେନ୍ବାସୀ କ୍ଷେପଣାସ୍ତ୍ର ମାଡ଼ ଅପେକ୍ଷା ଏକ ସ୍ବାଧୀନ ରାଷ୍ଟ୍ର ଉପରେ ନିଜ ଅଧିକାର ସାବ୍ୟସ୍ତ କରିବା ରୁଷ୍ର ପ୍ରୟାସ ଅଧିକ ବାଧୁଥିବା କହିଛନ୍ତି।