

ସତ୍ୟଶିଖା( ନୂଆଦିଲ୍ଲୀ )୨୦.୦୮ . ୨୦୨୨: ପୁଣି ଚର୍ଚ୍ଚାରେ କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ। ବଲିଉଡର ଆଗଧାଡିର ପପୁଲାର ଯୋଡିଙ୍କୁ କ୍ଲିନିକ ବାହାରେ ଦେଖିବାକୁ ମିଳିଛି। ତାପରଠୁ କଥା ଉଠୁଛି କି କ୍ୟାଟ୍ରିନା ପ୍ରେଗନେଣ୍ଟ ଅଛନ୍ତି ବୋଲି। ପାପାରାଜି କ୍ଲିନିକ ବାହାରେ ଏହି କପୁଲ ଥିବା ବେଳେ କ୍ୟାମେରାରେ କଏଦ ହୋଇଥିଲେ।ତେବେ ଏକଥା କେତେଦୂର ସତ ତାହା ଜଣାପଡିନାହିଁ।ଦୁହେଁ ତାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ସେ ତାଙ୍କ ଜନ୍ମ ଦିନ ସେଲିବ୍ରେସନ୍ ପାଇଁ ମାଲଦ୍ଵୀପ ଯାଇଥିଲେ।
କିନ୍ତୁ ସେଠାରୁ ଫେରିବା ପରେ ତାଙ୍କ ଗର୍ଭଧାରଣକୁ ନେଇ କଥା ଆସୁଛି । ନିକଟରେ କ୍ୟାଟ୍ରିନାଙ୍କୁ ଏୟାରପୋର୍ଟଠାରେ ଦେଖିବାକୁ ମିଳିଥିଲା। ସେ ଏକ ଢ଼ିଲା ପୋଷାକ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି।କେବଳ ଏତିକି ନୁହେଁ ଯେମିତି ସେ ତାଙ୍କ ବେବିବମ୍ପକୁ ଲୁଚାଉଥିବାର ଜଣାପଡୁଥିଲା । କ୍ଲିନିକ ଯାଇଥିବାବେଳେ କ୍ୟାଟ୍ରିନା ଏକ ଗୋଲାପୀ ରଙ୍ଗର ଲମ୍ବା କୁର୍ତ୍ତା ପିନ୍ଧିଥିବାବେଳେ ମୁହଁରେ ମାସ୍କ ଏବଂ ଚଷମା ଥିଲା। ତାଙ୍କ ପାଖରେ ଭିକିଙ୍କୁ ଦେଖିବାକୁ ମିଳିଥିଲା । ତେବେ କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି କି ନାଇଁ ତାହା ଜଣାପଡିନାହିଁ।