ନ୍ୟୁଜ୍ରାଜ୍ୟ

ଦ୍ୱିତୀୟ ଏମ୍ସ ଦାବିରେ ଆଜି ସୁନ୍ଦରଗଡ଼ ବନ୍ଦ: ଯାନବାହନ ଚଳାଚଳ ଠପ୍‌

ସତ୍ୟଶିଖା(ସୁନ୍ଦରଗଡ  )୧୯.୦୮ . ୨୦୨୨:  ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ  ଏମ୍ସ ପ୍ରତିଷ୍ଠା ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି।  ବନ୍ଦ ଡାକରା ଯୋଗୁ ସକାଳୁ ସକାଳୁ ଯାନବାହନ ଚଳାଚଳ ଏକପ୍ରକାର ଠପ୍‌ ହୋଇଗଲାଣି ।

ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ  କାର୍ଯ୍ୟକର୍ତ୍ତା ବିଜୁ ଏକ୍ସପ୍ରେସ ୱେର ରାଣୀ ବଗିଚା ବାଇପାସ୍ , କିରେଇ ବାଇପାସ୍ ଓ କଲେଜ ବାଇପାସ୍‌ଠାରେ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ରାଉରକେଲା ଏବଂ ଝାରସୁଗୁଡ଼ା ପଟକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋଇଲା ପରିବହନ ବି ଠପ୍‌ ରହିଛି। ବନ୍ଦ ଯୋଗୁ ସହରର ଦୋକାନ ବଜାର ବନ୍ଦ ଥିବା ବେଳେ ସ୍କୁଲ, କଲେ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ଆଖି ଆଗରେ ରଖି କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିନିମନ୍ତେ ସହରର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ସମୟରେ ପୁଲିସ୍‌ ପାଟ୍ରୋଲିଂକୁ ବି ଜୋରଦାର କରାଯାଇଛି ।
Show More
Back to top button