ନ୍ୟୁଜ୍ରାଜ୍ୟ

ବୁଡ଼ିଲା ବାଙ୍କୀ-କଟକ ରାସ୍ତା, ଯାତାୟତକୁ ବାରଣ କଲା ପୋଲିସ୍‌

ସତ୍ୟଶିଖା( ଭୁବନେଶ୍ୱର )୧୬ .୦୮. ୨୦୨୨: ମହନଦୀରେ ବନ୍ୟା କାରଣରୁ ଵାଙ୍କୀ-କଟକ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । କଇଁମୁଣ୍ଡି ନିକଟରେ ରାସ୍ତା ଉପରେ ପାଣି ଵଢିଵାରୁ ଯାତାୟାତ ବନ୍ଦ ହୋଇଛି । କଇଁମୁଣ୍ଡି ଦେଇ ଯାତାୟତକୁ ଵାରଣ କରିଛି ପୋଲିସ । ରାସ୍ତା ଉପରେ ପାଞ୍ଚ ଫୁଟ ଉଚ୍ଚର ଵନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି ।

ଅନ୍ୟପଟେ ମୁଣ୍ଡଳୀ ଠାରେ ମହାନଦୀର ଜଳ ପ୍ରବାହ ସ୍ଥିର ରହିଛି । ଅପରାହ୍ନ ୪ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ୍‌ରେ ୧୧ ଲକ୍ଷ୍ୟ ୯୩ ହଜାର ୨୯୨ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି ।

Show More
Back to top button