ନ୍ୟୁଜ୍ରାଜ୍ୟ

ଅଗଷ୍ଟ ୧୫ରେ ଖୋଲା ରହିବ ନନ୍ଦନକାନନ

ସତ୍ୟଶିଖା( ଭୁବନେଶ୍ୱର )୧୩.୦୮ . ୨୦୨୨: ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହୁଥିବାବେଳେ ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ଏହି ଦିନ ନନ୍ଦନକାନନ ଖୋଲା ରହିବ। ଏ ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ତେବେ ସରକାରୀ ନିର୍ଦେଶନାମା ଅନୁଯାୟୀ ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ବଡ଼ଦିନ, ନୂଆବର୍ଷ, ଦଶହରା, ରଜ ସଂକ୍ରାନ୍ତି ଆଦି ସୋମବାର ପଡୁଥିଲେ ନନ୍ଦନକାନନ ସେହିଦିନ ଖୋଲା ରହିବ ଏବଂ ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ।
ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ସୋମବାର ଖୋଲା ରହିବ। ତା’ ପରଦିନ ଅର୍ଥାତ୍ ଅଗଷ୍ଟ ୧୬ରେ ମଙ୍ଗଳବାର ଉଭୟ ଉଦ୍ୟାନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Show More
Back to top button