ବାସ୍ତୁଶାସ୍ତ୍ର

ବାଲଟି ଖାଲି ରହିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ

ସତ୍ୟଶିଖା( ଭୁବନେଶ୍ୱର )୨୯.୦୭ . ୨୦୨୨:  ସଭିଏଁ ଇଚ୍ଛା କରିଥାଆନ୍ତି ସେମାନଙ୍କ ନିକଟରେ ଆଶାନୁରୂପକ ଟଙ୍କା ପଇସା ଥିବା ସହ ଜୀବନ ସୁଖସମୃଦ୍ଧିରେ ଅତିବାହିତ ହେଉ। ମାତ୍ର ବାସ୍ତୁ ସହ ଜଡିତ ଥିବା ଓ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ କାର୍ଯ୍ୟ ପାଇଁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ଏହି ଭୁଲ ପାଇଁ ବାସ୍ତୁ ଦୋଷ ସୃଷ୍ଟି ହେବା ସହ ଆର୍ଥିକ କ୍ଷେତ୍ରରେ ପ୍ରଭାବ ପଡିଥାଏ।
ବାସ୍ତୁ ଅନୁଯାୟୀ, ବିଛଣାରେ ବସି ଭୋଜନ କରିବା ଦ୍ୱାରା ଧନହାନୀ ହୋଇଥାଏ। କାର୍ଯ୍ୟରେ ବାରମ୍ବାର ଅସଫଳତା ମିଳିଥାଏ।
ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।
ସକାଳ ସମୟରେ ଅଧିକ ସମୟ ଯାଏଁ ଶୁଅନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି।
ବାଲଟିକୁ କଦାପି ଖାଲି ରଖନ୍ତୁ ନାହିଁ। ଏଥିରେ ପାଣି ଭର୍ତ୍ତି କରି ରଖନ୍ତୁ। ବାଲଟି ଖାଲି ରହିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଘରର ମୁଖ୍ୟଦ୍ୱାରକୁ ସର୍ବଦା ପରିଷ୍କାର ରଖନ୍ତୁ। ମୁଖ୍ୟ ଦ୍ୱାର ନିକଟରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ହୋଇଥାଏ।
ସନ୍ଧ୍ୟାରେ ଓ ସନ୍ଧ୍ୟା ପରେ ଧନ,କ୍ଷୀର ଓ ଦହି ଆଦି ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ମଧ୍ୟ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।
ଝାଡୁରେ କଦାପି ଗୋଡ ଲଗାନ୍ତୁ ନାହିଁ। ଏହାଦ୍ୱାରା ଦରିଦ୍ରତା ଲାଗି ରହିଥାଏ।

Show More
Back to top button