

ସତ୍ୟଶିଖା( ଭୁବନେଶ୍ୱର )୨୭.୦୭ . ୨୦୨୨: କାଶୀପୁରରେ ମହାମାରୀ ହଇଜା ନେଲା ଆଉ ଜଣଙ୍କ ଜୀବନ । ମୃତକ ହେଲେ ଜାମୁଗୁଡ଼ା ଗାଁର ସୁନି ମାଝୀ । କାଶୀପୁରରେ ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୬୪ ଜଣ ଚିକିତ୍ସାଧୀନ ରହିଛନ୍ତି । ଟିକିରି ପଞ୍ଚାୟତର ଜାମୁଗୁଡ଼ାରେ ସୁନୀ ମାଝୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।