ଅପରାଧନ୍ୟୁଜ୍ରାଜ୍ୟ

ବିଜେପି କର୍ପୋରେଟରଙ୍କୁ ମରଣାନ୍ତକ ଆକ୍ରମଣ, ଆଣିଲେ ସାଂଘାତିକ ଅଭିଯୋଗ

ସତ୍ୟଶିଖା( ଭୁବନେଶ୍ୱର )୧୫.୦୭ . ୨୦୨୨: ରାଜଧାନୀ ରାଜରାସ୍ତାରେ ଘଟିଲା ରାଜନୈତିକ ହିଂସାକାଣ୍ଡ । ରାତି ଅନ୍ଧାରରେ ବିଜେପି କର୍ପୋରେଟରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଏହାପଛରେ ବିଜେଡି ହାତ ଥିବା ଖୁଲମଖୁଲା ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ଭୁବନେଶ୍ୱର ମହାନଗର ନିଗମର ୨୯ ନମ୍ବର ଓ୍ୱାର୍ଡ ବିଜେପି କର୍ପୋରେଟର ଜୀବନ ରାଉତ । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି।

ଜୀବନଙ୍କ ଅଭିଯୋଗ ଅନୁଯାୟୀ,  ମଙ୍ଗଳବାର ରାତି ୧୨ଟା ବେଳକୁ କାମ ସାରି ନିଜ ସହଯୋଗୀଙ୍କ ସହ ଘରକୁ ଫେରୁଥିଲି। ଘର ପାଖାପାଖି ଏକ ଅନ୍ଧାରୁଆ ଜାଗାରେ ୨୫ରୁ ୩୦ ଦୁର୍ବୃତ୍ତ ଲୁହା ଛଡ଼, ପିସ୍ତଲ, ଭୁଜାଲି ଧରି ଛିଡ଼ା ହୋଇଥିଲେ। ସେମାନେ  ମୋ ଗାଡ଼ି ଅଟକାଇ ଗାଳିଗୁଲଜ କଲେ । ୩ ଦିନ ତଳେ ବିଜେଡ଼ିର ଏକ ପିଲାକୁ ବିଜେପିରେ ମିଶାଇଥିଲି। ସେହି ରାଗ ରଖି ସେମାନେ ମୋତେ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁଁ ତାଙ୍କର ହାତ ଭାଙ୍ଗିଯାଇଥିବା କହିଛନ୍ତି ଜୀବନ । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।
Show More
Back to top button