

ସତ୍ୟଶିଖା( ଭୁବନେଶ୍ୱର)୧୧ .୦୭ . ୨୦୨୨: ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦିଆଯାଉଛି । ୧୮ରୁ ୫୯ ବର୍ଷଙ୍କୁ ୩ୟ ଡୋଜ ମାଗଣାରେ ଦିଆଯିବ କି ନାହିଁ କେନ୍ଦ୍ର ସ୍ଥିର କରୁ । ଦରକାର ପଡ଼ିଲେ ୩ୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ରକୁ କହିବୁ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି ।
ଏବେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲାରେ କରୋନା ସଂକ୍ରମଣ ବଢୁଛି । ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି, ଆକ୍ଟିଭ କେସ୍ ୩୨୦୦ ପାଖାପାଖି ରହିଛି। ୧% ଲୋକ ହସ୍ପିଟାଲରେ ଓ ୯୯% ହୋମ୍ ଆଇସୋଲେସନରେ ଅଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏଥିସହ ସେ କହିଛନ୍ତି, ମାସେ ତଳେ ଦୈନିକ ୧୦ ହଜାର ଟେଷ୍ଟିଂ ହେଉଥିବା ବେଳେ ଏବେ ୧୫ ହଜାର ହେଉଛି । ରବିବାର ଓ ଛୁଟି ଦିନରେ ଟେଷ୍ଟିଂ କମ୍ ରହୁଛି । ତଥାପି ଏହାକୁ ୨୫ ହଜାର କରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।