

ସତ୍ୟଶିଖା( ନୂଆଦିଲ୍ଲୀ )୦୯ .୦୭ . ୨୦୨୨: ଖୁବ ବ୍ୟସ୍ତ ବଲିଉଡ ହିରୋଇନ ଆଲିଆ ଭଟ୍ଟ। ନିଜର ଅପ କମିଙ୍ଗ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’କୁ ନେଇ ସେ ଭାରି ବ୍ୟସ୍ତ ଅଛନ୍ତି। ଏହାସହ ଏହି ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି। ଆଲିଆ ପ୍ରେଗନେଣ୍ଟ ଥାଇ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଯାହା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।ଏହି କାରଣରୁ, ଫିଲ୍ମ ଆଲିଆଙ୍କ ପାଇଁ ଅଧିକ ସ୍ୱତନ୍ତ୍ର ହୋଇଛି। ଆଲିଆ ଭଟ୍ଟ ମା ହେବାକୁ ଯାଉଛନ୍ତି। ସେହି ଅବସ୍ଥାରେ ହିଁ ସେ ହଲିଉଡ ଫିଲ୍ମର ସୁଟିଂକୁ ଶେଷ କରିଛନ୍ତି। ଫିଲ୍ମ ଶେଷ ହେବା ପରେ ଆଲିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଆଲିଆ ଫିଲ୍ମ ସେଟ୍ର ଏବଂ ଅଭିନେତ୍ରୀ ଗାଲ୍ ଗାଡୋଟ୍ଙ୍କ ସହ କିଛି ଫଟୋ ସେୟାର କରିଥିଲେ। ଏହି ଫଟୋ ଗୁଡିକ ସେୟାର କରି ଆଲିଆ କ୍ୟାପସନରେ ଲେଖିଛନ୍ତି- ‘ହାର୍ଟ ଅଫ୍ ଷ୍ଟୋନ୍ ଟ୍ଟ ତୁମ ପାଖରେ ମୋର ପୁରା ହୃଦୟ ଅଛି । କାହିଁକି ନା ମୁଁ ମୋର ପ୍ରଥମ ହଲିଉଡ୍ ମୁଭି କରିବାକୁ ଯାଉଛି। ଗାଲ୍ ଗାଡୋଟ୍ ଏବଂ ମୋର ଚଳଚ୍ଚିତ୍ରର ନିର୍ଦ୍ଦେଶକ ଟମ୍ ଏବଂ ସମସ୍ତଙ୍କୁ ଏହି ଅଦ୍ଭୁତ ଅନୁଭୂତି ପାଇଁ ଧନ୍ୟବାଦ। ତୁମର ପ୍ରେମ ଏବଂ ଯତ୍ନ ପାଇଁ ମୁଁ ସବୁବେଳେ ଋଣି ରହିବି। ଯାହା ତୁମେ ସମସ୍ତେ ମୋତେ ଦେଇଛ। ଏବେ କେବଳ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛି। କିନ୍ତୁ ବର୍ତ୍ତମାନ ଟ୍ଟବେବି ମୁଁ ଘରକୁ ଆସୁଛି ।