ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ଆଉ ୧୮,୮୪୦ କରୋନା ଆକ୍ରାନ୍ତ ଚିହ୍ନଟ; ୪୩ ମୃତ

ସତ୍ୟଶିଖା( ନୂଆଦିଲ୍ଲୀ )୦୯ .୦୭ . ୨୦୨୨: ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୧୮ହଜାର ୮୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଦେଶରେ ୧୬ରୁ ୧୭ ହଜାର ଉପରେ କରୋନା ମାମଲା ଅସୁଥିବା ବେଳେ ଆଜି ମଧ୍ୟ ଦେଶରେ ୧୮ ହଜାର ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି କରୋନା ଯୋଗୁ ଗୋଟିଏ ଦିନରେ ଆଉ ୪୩ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୫ଲକ୍ଷ ୨୫ହଜାର ୩୮୬ରେ ପହଞ୍ଚିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଆଉ ୧୬ହଜାର ୧୦୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାକୁ ମିଶାଇ ଦେଶରେ ଏଯାଏ ମୋଟ୍‌ ୪,୨୯,୫୩,୯୮୦ ସଂକ୍ରମିତ ସୁସ୍ଥ ହୋଇସାରିଥିବା ବେଳେ ଦେଶରେ ମୋଟ୍‌ କରୋନା ସକ୍ରିୟ ମାମଲା ୧ଲକ୍ଷ ୨୫ହଜାର ୨୮ ରହିଛି । ଦେଶରେ ଦୈନିକ ପଜିଟିଭିଟି ହାର ୪.୧୪ ପ୍ରତିଶତ ରହିଛି ।

Show More
Back to top button