ଧର୍ମନ୍ୟୁଜ୍ରାଜ୍ୟ

ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ; ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ଆସୁଛନ୍ତି ବଡ଼ଠାକୁର

ସତ୍ୟଶିଖା( ପୁରୀ)୦୯ .୦୭ . ୨୦୨୨:  ଆରମ୍ଭ ହେଲା ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ । ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ଆସୁଛନ୍ତି ବଡ଼ଠାକୁର । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।  ଶରଧାବାଲିରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଫୁଲରେ ସଜେଇ ହୋଇ ବଳଭଦ୍ରଙ୍କୁ ଅପେକ୍ଷା କରିଛି । ସେପ​‌ଟେ ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ ଦର୍ପଦଳନ ରଥରେ ବିଜେ କରିସାରିଛନ୍ତି । ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ​‌ହୋଇଛି  । ଏହା ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବେ । ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବାର ପରମ୍ପରା ରହିଛି । ଗଜପତି ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହେବ ।

Show More
Back to top button