ବାହା ନ ହୋଇ ବି ୫୫ ବର୍ଷ ବୟସରେ ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ


ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ୫୫ ବର୍ଷ ବୟସରେ ବାପା ହୋଇଛନ୍ତି। ତାଙ୍କ ଲିଭ ଇନ୍ ପାର୍ଟନର କ୍ୟାରୀ ସାଇମଣ୍ଡସ ଆଜି ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। କ୍ୟାରୀ ଓ ଜନସନ ଦୀର୍ଘ ବର୍ଷ ହେଲା ଏକାଠି ରହୁଥିଲେ ହେଁ ବିବାହ କରିନାହାନ୍ତି। ତଥାପି ସେ ସ୍ୱାମୀ ସ୍ତ୍ରୀଙ୍କ ଭଳି ଚଳୁଛନ୍ତି।
ଜନସନଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ ସାଇମଣ୍ଡସ ବୁଧବାର ସକାଳେ ଏକ ସୁସ୍ଥ ପୁତ୍ର ସନ୍ତାନଙ୍କୁ ଲଣ୍ଡନ ହସ୍ପିଟାଲରେ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ରହିଛନ୍ତି।
ଆହୁରି ପଢ଼ନ୍ତୁ
ଫେବୃଆରୀ ମାସରେ ୫୫ ବର୍ଷୀୟ ଜନସନ ଓ ୩୨ ବର୍ଷୀ ସାଇମଣ୍ଡସ ମା’ ବାପା ହେବାକୁ ଯାଉଥିବା ଘୋଷଣା କରିଥିଲେ। ନିକଟରେ ଜନସନ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏପରି କି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ତେବେ ସୋମବାର ଏହି ମହାମାରୀ ଭାଇରସରୁ ସୁସ୍ଥ ହୋଇ ସେ ଅଫିସକୁ ଫେରିଛନ୍ତି। ସାଇମଣ୍ଡସଙ୍କ ଶରୀରରେ ମଧ୍ୟ କରୋନା ଲକ୍ଷଣ ଦେଖାଦେଇଥିଲା।
ଏହାପୂର୍ବରୁ ଜନସନ ଭାରତୀୟ ବଂଶୋଦ୍ଭବ ମରିନା ହ୍ୱିଲରଙ୍କୁ ବିବାହ କରିଥିଲେ। ତେବେ ସେ ତାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ବୋରିସ ଓ ମରିନାଙ୍କର ୪ ଗୋଟି ସନ୍ତାନ ରହିଛନ୍ତି।