ଧର୍ମନ୍ୟୁଜ୍ରାଜ୍ୟ

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ସତ୍ୟଶିଖା( ପୁରୀ )୦୬ .୦୭ . ୨୦୨୨:  ଆଉ କିଛି ସମୟ ପରେ ୩ ରଥ ନେବେ ଦକ୍ଷିଣ ମୋଡ଼ । ଏହାରି ମଧ୍ୟରେ ଆସିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶରଧାବାଲିରେ ଦକ୍ଷିଣ ମୋଡ଼ ନେବେ ୩ ରଥ । ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ରଥ । ରଥକୁ ମୋଡ଼ ଦେବେ ପୋଲିସ ପ୍ରଶାସନ ଓ ସେବାୟତ ।

ତେବେ ସେବାୟତ ଓ ପୋଲିସ ପ୍ରଶାସନଙ୍କ ସହଯୋଗରେ ତିନି ରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯିବ। ରଥଯାତ୍ରା ପରଠାରୁ ତିନି ରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନି ରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

ପରମ୍ପରା ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥକୁ ଦକ୍ଷିଣ ମୋଡ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁଖୀ କରି ରଖାଯିବ।

Show More
Back to top button