ଧର୍ମନ୍ୟୁଜ୍ରାଜ୍ୟ

ରଥଯାତ୍ରା ପାଇଁ ୧୦ ଲକ୍ଷ ଲୋକଙ୍କୁ ଯୋଗାଇ ଦିଆଯିବ ମାସ୍କ,ବଢିବ ଆଣ୍ଟିଜେନ୍ ଟେଷ୍ଟ

ସତ୍ୟଶିଖା( ଭୁବନେଶ୍ୱର )୨୯.୦୬. ୨୦୨୨:  ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ଥିତି ଉପରେ ଧ୍ୟାନ ରଖିଥିବା କଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଆଲାରାମିଂ ସ୍ଥିତି ନାହିଁ ,କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢୁଛି ତେଣୁ ଏବେ ଠାରୁ ଆମକୁ ସାବଧାନ ରହିବାକୁ ପଡ଼ିବ ବୋଲି କୁହାଯାଇଛି ।

ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଆଗକୁ ରଥଯାତ୍ରା ଆସୁଥିବା ବେଳେ ସଂକ୍ରମଣ ବଢିବାର ମଧ୍ୟ ଆଶଙ୍କା ରହିଛି ତେଣୁ ରଥଯାତ୍ରା ପାଇଁ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଛି ।

ଏପରିକି ରାପିଡ଼୍ ଆଣ୍ଟିଜେନ୍ ଟେଷ୍ଟ ଓ ଟିକାକରଣ ୧୦ ହଜାରକୁ ବୃଦ୍ଧି କରାଯିବ । ଏହାଛଡ଼ା ଦର୍ଶନ କରିବା ପରେ ଭିଡ଼ ନକରି ଜାଗା ଛାଡ଼ିବା କଥା ମଧ୍ୟ କୁହାଯାଇଛି ।

Show More
Back to top button