

ସତ୍ୟଶିଖା( ଶ୍ରୀନଗର )୨୯.୦୬. ୨୦୨୨: ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ବୁଧବାର ଭୋର ସକାଳୁ ଜମ୍ମୁସ୍ଥିତ କ୍ୟାମ୍ପରୁ ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଦେଇଛନ୍ତି । ଜୁନ ୩୦ରୁ ଅମରନାଥ ଯାତ୍ରା ହେବ । ଏହା ପୂର୍ବରୁ ବରଫ ଲିଙ୍ଗ ଦର୍ଶନ ପାଇଁ ଘାଟିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପହଂଚି ସାରିଛନ୍ତି ।
ଦୁଇ ବର୍ଷ ପରେ ଜୁନ ୩୦ରେ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀମାନେ ଜମ୍ମୁ ପହଞ୍ଚିଥିଲେ । ଜଣେ ତୀର୍ଥଯାତ୍ରୀ କହିଛନ୍ତି ଯେ, ଆମେ ବାବା ଭୋଲେନାଥଙ୍କ ପୂଜାର୍ଚ୍ଚନା କରିବା ଲାଗି ୨ ବର୍ଷ ହେଲା ଅପେକ୍ଷା କରିଥିଲୁ । ଏବେ ଅମରନାଥ ଯାତ୍ରାରେ ସାମିଲ ହେବାକୁ ଯାଉଥିବାରୁ ବହୁତ ଖୁସି ଅନୁଭବ କରୁଛୁ ।