

ସତ୍ୟଶିଖା( ଭୁବନେଶ୍ୱର )୦୨.୦୬. ୨୦୨୨ : ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ । ପଞ୍ଚାୟତର ଗୁରୁତ୍ୱ ବେଶୀ ରହିଛି । ଚଳିତ ଥର ପଞ୍ଚାୟତ ନିର୍ବାଚନରେ ମା ମାନେ ବହୁ ସଂଖ୍ୟାରେ ବିଜୟୀ ହୋଇଛନ୍ତି । ପଞ୍ଚାୟତର ମଙ୍ଗ ଧରିଛନ୍ତି ମା ମାନେ । ସାଧାରଣ ଲୋକ ସେବାରୁ ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ । କାରଣ ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ଲୋକ ଙ୍କ ସମସ୍ୟାର ସମାଧାନ ଦିଗରେ ଅଧିକ ଦାୟିତ୍ୱବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସୁଖ ଦୁଖର ସାଥୀ ହେବାକୁ କହିଛନ୍ତି । ଗ୍ରାମବାସୀଙ୍କ ଆସ୍ଥା ଓ ଭରଷା ରକ୍ଷା କରନ୍ତୁ ବୋଲି ମନ୍ତ୍ର ଦେଇଛନ୍ତି ନବୀନ । ନିଜ କାମ ଦ୍ୱାର ଗ୍ରାମବାସୀଙ୍କ ହୃଦୟରେ ସ୍ଥାନ ଅଧିକାର କରନ୍ତୁ । ଏପରି କାମ କରନ୍ତୁ ଗାଁ ଓ ପଞ୍ଚାୟତ ଯେପରି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହେବ ବୋଲି ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ୱ ବିଷରେ ଆପଣ ମାନେ ଭଲ ଭାବେ ଜାଣନ୍ତି । ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
୫-ଟି ବିଷୟରେ ଆଲୋକ ପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ , ୫-ଟି ହେଉଛି ଟେକନୋଲୋଜି, ଟିମବ୍ୱାର୍କ, ଟାଇମ୍, ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତା ବା ରୂପାନ୍ତର ।୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପ ଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ପଞ୍ଚାୟତ ଅନୁଷ୍ଠାନ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି । ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି ।ଏହାର ସୁବିନିଯୋଗରେ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ । ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ପଞ୍ଚାୟତ ସମିତି ଅଧକ୍ଷ ଓ ପ୍ରତ୍ୟେକ ବ୍ଲକ ରୁ ଜଣେ ଜଣେ ସରପଞ୍ଚଙ୍କୁ ନେଇ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି ।କର୍ମଶାଳାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଙ୍କ ସମେତ କୃଷି ଓ କୃଷକ ସଶକ୍ତି କରଣ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ମିଶନ ଶକ୍ତି, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଯୋଗ ଦେଇଥିଲେ ।