ରାଜ୍ୟ

ସୁସ୍ଥ ହେଲେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ

ଭୁବନେଶ୍ୱର (ସତ୍ୟଶିଖା):ରାଜ୍ୟରେ ଆଉ ୨ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଲେ। ସେମାନେ ସମସ୍ତେ ଭୁବନେଶ୍ୱର ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ହେବା ସଂଖ୍ୟା ୩୭ରେ ପହଞ୍ଚିଲା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଏନେଇ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ସୂଚନାରୁ ପ୍ରକାଶ, ‘କରୋନା’ରେ ଆଜି ସୁଦ୍ଧା ୧୦୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୭ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲେ। ସେଥିରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୦ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।



[ad_2]

Show More
Back to top button